Breaking PLUSଓଡ଼ିଶାମୁଖ୍ୟ ଖବର

୪ ବର୍ଷ ପରେ ନାବାଳିକାଙ୍କୁ ନ୍ୟାୟ, ଦୁଷ୍କର୍ମକାରୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ଗୁରୁବାର ବାରିପଦା ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ଜଣେ ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୨ ବର୍ଷ କାରାଦଣ୍ଡ ଆଦେଶ ହୋଇଥିବା ବେଳେ ଶୁକ୍ରବାର ଅନ୍ୟ ଏକ ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ମିଳିଛି ଦଣ୍ଡ।

ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୧୦ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ବାରିପଦା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଡି.ସି. ମିଶ୍ର । ୨୦୧୮ ମସିହା ବଡସାହି ଥାନା ଅଞ୍ଚଳର ଜଣ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାର ବିଚାର କରି ମୁଖ୍ୟ ଅଭିଯୁକ୍ତ ମନୋଜ ସିଂକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ୨ ମାସ ଅଧିକ କାରାଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି । ୨୦୧୮ ମସିହା ନଭେମ୍ବର ୭ ତାରିଖ ସନ୍ଧ୍ୟାରେ ନାବାଳିକା ଖେଳୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମନୋଜ ସିଂ ତାଙ୍କୁ ଏକା ପାଇ ନାବାଳିକାଙ୍କୁ ପାଖ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ ।

ଏଥିରେ ଅଭିଯୁକ୍ତଙ୍କୁ ସହଯୋଗ କରିଥିବା ଅନ୍ୟ ୩ ଜଣ ଚିତ୍ତରଞ୍ଜନ ସିଂ, ଜୟନ୍ତ ସିଂ ଓ ଅରୁଣ ସିଂଙ୍କୁ ଯଥେଷ୍ଟ ସାକ୍ଷୀ ପ୍ରମାଣ ଅଭାବରୁ ସର୍ତ୍ତମୂଳକ ଭାବରେ ଛାଡିଛନ୍ତି କୋର୍ଟ । ତେବେ ପିଡୀତାଙ୍କ କ୍ଷତିପୂରଣ ମାମଲା ବର୍ତ୍ତମାନ ସୁଦ୍ଧା ବିଚାରାଧୀନ ରହିଛି। ଏହି ମାମଲାକୁ ସ୍ବତନ୍ତ୍ର ସରକାରୀ ଓକିଲମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ।

Show More

Related Articles

Back to top button