Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବରରାଜନୀତି

ସହଜ ହେବ ଭୋଟର ତାଲିକା ପ୍ରସ୍ତୁତି

ପଞ୍ଜୀକରଣ ପାଇଁ ବଦଳିଲା ସମୟସୀମା

ଏଣିକି ୧୮ନୁହେଁ ୧୭ ବର୍ଷରୁ ବି ଭୋଟର ତାଲିକାରେ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । ଏହା ସହ ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି । ବର୍ଷକୁ ଥରେ ବଦଳରେ ୪ ଥର ଭୋଟ ତାଲିକାରେ ନାମ ଲେଖିବାକୁ ସୁଯୋଗ ମିଳିବ । ୧ ଜାନୁୟାରୀ, ୧ ଏପ୍ରିଲ, ୧ ଜୁଲାଇ ଏବଂ ୧ ଅକ୍ଟୋବର ମାସରେ ୧୮ବର୍ଷ ପୁରିଥିଲେ ଭୋଟର ତାଲିକାରେ ନାମ ସାମିଲ ପାଇଁ ଆବେଦନ କରିପାରିବେ । ୨୦୨୩ ପାଇଁ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି ।

ନିର୍ବାଚନ କମିଶନଙ୍କ ଦ୍ୱାରା ପରିବର୍ତ୍ତିତ ଗାଇଡଲାଇନ ଆଧାରରେ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ଡିଜିଟାଲ ବା ଅନଲାଇନ ଉପରେ ଅଧିକ ଫୋକସ ଦିଆଯାଉଛି । ଜଣେ ବ୍ୟକ୍ତି ଘରେ ବସି ୱେବ ପୋର୍ଟାଲ ବା ମୋବାଇଲ ଆପ ଜରିଆରେ ନିଜ ଭୋଟର ପରିଚୟପତ୍ର ତ୍ରୁଟି ସଂଶୋଧନ କରିପାରିବେ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ଶେଷ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାର ନିର୍ବାଚନ ଅଧିକାରୀ ବା ସବ କଲେକ୍ଟରଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି।

Show More

Related Articles

Back to top button