Breaking PLUSଓଡ଼ିଶା

ସ୍କୁଟି-ହାଇୱା ମୁହାଁମୁହିଁ ଧକ୍କା

ଜଣେ ମୃତ ଜଣେ ଗୁରୁତର

ନରସିଂହପୁର ଥାନା ଅନ୍ତର୍ଗତ ନରସିଂହପୁର-ଅନୁଗୁଳ ମୁଖ୍ୟ ରାସ୍ତାର ରଣସିଂହପୁର ନିକଟରେ ସ୍କୁଟି ଏବଂ ହାଇୱା ମଧ୍ୟରେ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ନରସିଂହପୁର ଥାନା ଅନ୍ତର୍ଗତ ଗୁହାଳସାହି ଗ୍ରାମର ପ୍ରଫୁଲ କୁମାର ବେହେରା (୬୨) ଏବଂ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ ଅରଖବାଡ଼ି ଗ୍ରାମର ଅଜିତ୍ ବେହେରା (୨୮) ବୋଲି ଜଣାପଡିଛି। ଆହତ ଜଣଙ୍କୁ ପ୍ରଥମେ ନରସିଂହପୁର ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଉଭୟ ପ୍ରଫୁଲ ଏବଂ ଅଜିତ୍ ଗୁହାଳସାହିରୁ ଅରଖବାଡ଼ି ଯାଉଥିବା ସମୟରେ ଗୁହାଳସାହି ନିକଟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବୀରେ ସ୍ଥାନୀୟ ଲୋକମାନେ ନରସିଂହପୁର-ଅନୁଗୁଳ ମୁଖ୍ୟ ରାସ୍ତାର ଗୁହାଳସାହି ନିକଟରେ ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ନରସିଂହପୁର ପୋଲିସ୍ ପହଞ୍ଚି ମୃତକଙ୍କ ପରିବାରକୁ ବୁଝାସୁଝା କରିବା ସହ ତଦନ୍ତ ଜାରି ରଖିଛି।

Show More

Related Articles

Back to top button