ବଲିଉଡମନୋରଞ୍ଜନ

ଅଭିନେତା କାର୍ତ୍ତିକ ଆର୍ଯ୍ୟନ ବକ୍ସ ଅଫିସ୍‌ର କିଙ୍ଗ୍

୬ବର୍ଷରେ ଦେଲେଣି ୫ଟି ହିଟ୍ ଫିଲ୍ମ

କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ୍ ଭୁଲେୟା-୨’ ବକ୍ସ ଅଫିସ୍‌ରେ ଧମାଲ କରୁଛି । କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଫିଲ୍ମର ବେଶ୍ ଚାହିଦା ରହିଛି । କାର୍ତ୍ତିକଙ୍କ ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ସପୋର୍ଟ ମିଳୁଛି । ଫିଲ୍ମ ‘ଭୁଲ୍ ଭୁଲେୟା-୨’ ବିଶ୍ବବ୍ୟାପୀ ୧୭୫ କୋଟି ଟଙ୍କା କଲେକସନ୍ କରିସାରିଲାଣି ।କାର୍ତ୍ତିକ ଆର୍ଯ୍ୟନ ବକ୍ସ ଅଫିସ୍‌ର କିଙ୍ଗ୍ ହୋଇସାରିଲାଣି । ତାଙ୍କର ଲଗାତର ୬ଟି ଫିଲ୍ମ ରିଲିଜ ହୋଇସାରିଥିବା ବେଳେ ସେଥିରୁ ୫ଟି ହିଟ୍ ହେଲାଣି । ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟ୍ କରି କହିଛନ୍ତି ଗତ କିଛି ବର୍ଷରେ କାର୍ତ୍ତିକଙ୍କ ୫ଟି ଫିଲ୍ମକୁ ଜବରଦସ୍ତ ରେସପନ୍ସ ମିଳିଛି । ତରଣଙ୍କ ଅନୁସାରେ ଗତ ୬ବର୍ଷରେ କାର୍ତ୍ତିକଙ୍କ ‘ଭୁଲ୍ ଭୁଲେୟା-୨’ ୫ମ ହିଟ୍ ଫିଲ୍ମ ।

ତରଣ ଆଦର୍ଶ କହିଛନ୍ତି ଯେ, ଭୁଲ୍ ଭୁଲେୟା-୨’, ‘ସୋନୁ କେ ଟିଟୁ କି ସ୍ବିଟି’, ‘ଲୁକା ଛିପି’, ‘ପତି ପତ୍ନୀ ଔର ଓ୍ବୋ’, ଏବଂ ‘ଧମାକା’ ହିଟ୍ ସାବ୍ୟସ୍ତ ହୋଇଛି । ଯଦିଓ ୬ବର୍ଷ ମଧ୍ୟରେ ତାଙ୍କ ଫିଲ୍ମ ‘ଲଭ୍ ଆଜ୍ କଲ୍-୨’ ବକ୍ସ ଅଫିସରେ ଆଶା ମୁକାବକ ହୋଇପାରିନଥିଲା । ଏହିପରି ଭାବେ କାର୍ତ୍ତିକ ଆର୍ଯ୍ୟନଙ୍କୁ ବକ୍ସ ଅଫିସର ବାଦଶାହ ବୋଲି କୁହାଯାଉଛି ।

Show More

Related Articles

Back to top button