ସ୍ୱାସ୍ଥ୍ୟ

ରାତିରେ କେବେ ବି ଖାଆନ୍ତୁନାହିଁ ଏହି ଡାଲି

ଫାଇଦା ବଦଳରେ ହୋଇପାରେ କ୍ଷତି

ଡାଲି ମନୁଷ୍ୟ ଶରୀର ପାଇଁ ଲାଭଦାୟକ ଅଟେ । ଏଥିରୁ ଜରୁରୀ ପୋଷକ ତତ୍ତ୍ବ ମିଳିବା ସହ ଅନେକ ରୋଗ ମଧ୍ୟ ଆପଣଙ୍କ ପାଖ ମାଡେନାହିଁ । ତଥାପି ଏମିତି କିଛି ଡାଲି ରହିଛି ଯାହା ଖାଇବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ବିଶେଷକରି ରାତିରେ ଏହି ଡାଲି ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ପ୍ରକୃତରେ ଏହି ଡାଲି ହଜମ କରିବା କଷ୍ଟକର ହୋଇଥାଏ । ତେଣୁ ରାତିରେ ଏହି ଡାଲି ସେବନରୁ ଦୂରେଇ ରହିବା ଉଚିତ । ଏହି ଡାଲିରେ ବିରି ଡାଲି ମଧ୍ୟ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ରାତିରେ କାହିଁକି ଏହି ଡାଲି ଖାଇବା ଉଚିତ ନୁହେଁ ଏବଂ ଏହା ଆପଣଙ୍କ ପାଇଁ କି ପ୍ରକାର କ୍ଷତି ଘଟାଇପାରେ ।

ବିରି ଡାଲି ହଜମ ହେବାକୁ ଟିକେ କଷ୍ଟକର ହୋଇଥାଏ । ଏଥିପାଇଁ ଏହାକୁ ଅଧିକ ନଖାଇବାକୁ ପରାମର୍ଶ ଦିଆଯାଇଥାଏ । ଯଦି ଆପଣ ଏହାକୁ ଅଧିକ ସେବନ କରିବେ ତେବେ ସମସ୍ୟାରେ ପଡିପାରନ୍ତି । ବିଶେଷକରି ଯଦି ଆପଣ ରାତିରେ ଏହି ଡାଲି ଖାଆନ୍ତି, ତେବେ ଆପଣଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପାରେ । ଏମିତି ଲୋକଙ୍କୁ ଏହି ଡାଲିଠାରୁ ନିଜକୁ ଦୂରେଇ ରଖିବାକୁ ପଡିବ ।

ୟୁରିକ୍ ଏସିଡ୍ ବଢାଇବାରେ ମଧ୍ୟ ଏହି ଡାଲି ଅନ୍ୟତମ । ଅର୍ଥାତ ଯେଉଁମାନଙ୍କର ପୂର୍ବରୁ ହିଁ ୟୁରିକ୍ ଏସିଡ୍ ସମସ୍ୟା ରହିଛି ସେମାନେ ଏହି ଡାଲିଠାରୁ ଦୂରରେ ରହିବା ଉଚିତ । ନଚେତ ସମସ୍ୟା ବଢିପାରେ ଏବଂ ହାତ-ପାଦରେ ଯନ୍ତ୍ରଣା ଆରମ୍ଭ ହୋଇପାରେ ।

ବିରି ଡାଲି କିଡନୀରେ ଷ୍ଟୋନ୍ ସୃଷ୍ଟି କରିପାରେ । ଅର୍ଥାତ କିଡନୀକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ଏହି ଡାଲିରୁ ଦୂରରେ ରହିବାକୁ ପଡିବ । ନଚେତ ଆପଣଙ୍କ କିଡନୀରେ ସମସ୍ୟା ସୃଷ୍ଟି ହୋଇପାରେ ।

Show More

Related Articles

Back to top button