ଅପରାଧଆଇନ କାନୁନଓଡ଼ିଶାଦେଶସ୍ୱତନ୍ତ୍ର

ସମ୍ପତ୍ତି ଲାଳସାରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ହିନକୁ ଦିନ ହଜିଯାଉଛି ମାନବିକତା ।  ସମ୍ପତ୍ତି ଲାଳସାରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ଏଭଳି ଆମାନବୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଆମ୍ବେଦକର ନଗର ଜିଲ୍ଲାରେ । ୭୬ ବର୍ଷିୟ ସ୍ୱାମୀଙ୍କୁ ସମ୍ପତ୍ତି ପାଇଁ ହାଣି ହତ୍ୟା କରିଛନ୍ତି ଜଣେ ୭୪ ବର୍ଷ ବୟସ୍କା ମହିଳା । ହତ୍ୟା ପରେ ପୋଲିସ ଭୟରେ ନିଜେ ବିଷ ପିଇ ଦେଇଥିଲେ । ଖବର ପାଇ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ତରଖାନାରେ ଭର୍ତ୍ତି କରିଛି ପୋଲିସ୍ ।

ସୂଚନା ଅନୁଯାୟୀ, କିଛିଦିନ ପୂର୍ବେ ମହିଳାଙ୍କ ସ୍ୱାମୀ ରାମ ପାଦରଥ ତାଙ୍କ ସମ୍ପତ୍ତି ତାଙ୍କ ସ୍ତ୍ରୀଙ୍କ ନାଁରେ କରିବା ବଦଳରେ ତାଙ୍କ ସମସ୍ତ ସମ୍ପତ୍ତିକୁ ବୋହୂ ନାଁରେ କରି ଦେଇଥିଲେ । ଯାହାକୁ କେନ୍ଦ୍ରକରି ଦମ୍ପତିଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏହି ଘରୋଇ କଳହ ଦିନକୁ ଦିନ ଉଗ୍ରରୂପ ଧାରଣ କରିବା ପରେ ଶେଷରେ ଏମିତି କାଣ୍ଡ ଭିଆଇଥିଲା ଅଭିଯୁକ୍ତ ।ଏମିତି କି ଶ୍ୱଶୁର ବୋହୁ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ମହିଳା ଜଣକ ଚିନ୍ତା କରି ଶେଷରେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଘଟଣା ଦିନ ଅଭିଯୁକ୍ତ ଶାନ୍ତି ଦେବୀ ଏବଂ ତାଙ୍କ ସ୍ୱାମୀ ରାମ ପାଦରଥଙ୍କ ସହିତ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଭୀଷଣ ଝଗଡ଼ା ହୋଇଥିଲା । ଅଭିଯୁକ୍ତ ମହିଳା ଜଣକ ତାଙ୍କ ବୋହୁଙ୍କ ନାଁରେ କରାଯାଇଥିବା ସମ୍ପତ୍ତିକୁ ତାଙ୍କ ନାଁରେ କରିଦେବା ପାଇଁ ତାଙ୍କ ସ୍ୱାମୀଙ୍କୁ ଧମକ ଦେଇଥିଲେ । କିନ୍ତୁ ତାଙ୍କ ସ୍ୱାମୀ ସମ୍ପତ୍ତି ଦେବା ପାଇଁ ମନା କରି ଦେବାରୁ ଶାନ୍ତି ଦେବୀ କୁରାଢ଼ୀ ଦ୍ୱାରା ରାମ ପାଦରଥଙ୍କୁ ଆକ୍ରମଣ କରିଥିଲେ ଯେଉଁଥିରେ ଯେଉଁଥିରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଆମ୍ବେଦକର ନଗର ପୋଲିସ ଅଧୀକ୍ଷକ ଅଜିତ ସିହ୍ନା ଘଟଣାର ଛାନଭିନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 

Show More

Related Articles

Back to top button