Breaking PLUSମନୋରଞ୍ଜନସ୍ୱତନ୍ତ୍ର

YouTubeରେ ହୋଇଛି ଏକ ବଡ଼ ପରିବର୍ତ୍ତନ, ଆସନ୍ତୁ ଜାଣିବା…

ୟୁଟ୍ୟୁବରେ ହୋଇଛି ଏକ ନୂଆ ପରିବର୍ତ୍ତନ । ଏବେ ୟୁଟ୍ୟୁବରେ ୟୁଜର୍ସଙ୍କୁ ନଜର ଆସିବନି ଡିସଲାଇକ ସଂଖ୍ୟା । ୟୁଟ୍ୟୁବ ଅଫିସିଆଲି ଏହା ଘୋଷଣା କରିଛି । କମ୍ପାନୀ କହିଛି ଯେ ଛୋଟ କ୍ରିଏଟର୍ସଙ୍କୁ ଏଥିରୁ ସାହାଯ୍ୟ ମିଳିବ ଯେଉଁମାନଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଇଥାଏ ଏବଂ ସେମାନଙ୍କ ଭିଡିଓରେ ଡିସଲାଇକ ସଂଖ୍ୟା ବଢ଼ାଇ ଦିଆଯାଇଥାଏ ।

ୟୁଟ୍ୟୁବ କହିଛି ଯେ କମ୍ପାନୀ କ୍ରିଏଟର୍ସ ଓ ଭ୍ୟୁୟର୍ସଙ୍କ ମଧ୍ୟରେ ସମ୍ମାନଜନକ ସମ୍ପର୍କ ପ୍ରମୋଟ କରୁଛନ୍ତି । ତେବେ ଭ୍ୟୁୟର୍ସଙ୍କୁ ଡିସଲାକି ବଟମ ଦେଖାଯିବ ଏବଂ ଆପଣ ଡିସଲାଇକ ମଧ୍ୟ କରିପାରିବେ । କିନ୍ତୁ ଭିଡିଓକୁ କେତେଥର ଡିସଲାଇକ କରାଯାଇଛି ତାହା କେହି ବି ଦେଖିପାରିବେ ନାହିଁ । ଭିଡିଓ ତିଆରି କରିଥିବା ଲୋକ ଦେଖିପାରିବେ ତାଙ୍କ ଭିଡିଓକୁ କେତେ ଡିସଲାଇକ ମିଳିଛି । ୟୁଟ୍ୟୁବ କହିଛି ଯେ ଏହାଦ୍ୱାରା ପବ୍ଲିକ ଶେମିଙ୍ଗ ରୋକିବାରେ ସାହାଯ୍ୟ ମିଳିବ । ଏକ ବ୍ଲଗ ପୋଷ୍ଟରେ କମ୍ପାନୀ ଏହା ଘୋଷଣା କରିଛି ।

ଏକ ପରୀକ୍ଷା ପରେ ୟୁଟ୍ୟୁବ ଏହି ନିଷ୍ପତ୍ତି ନେଇଛି । କମ୍ପାନୀ ଦେଖିଲା ଯେ ଡିସଲାଇକ ବଟମ ହଟାଇବା ପରେ ଛୋଟ କ୍ରିଏଟର୍ସଙ୍କୁ କମ ହମଲା ହେଉଛି । କାରଣ ଭିଡିଓରେ କେତେ ଡିସଲାଇକ ମିଳିଛି ତାହା ଲୋକେ ଦେଖିପାରନ୍ତି ନାହିଁ । ଏହା ପୂର୍ବରୁ କମ୍ପାନୀ ଆଉ ଏକ ପରୀକ୍ଷା କରିଥିଲା ଯେଉଁଥିରେ ଜାଣିବାକୁ ପାଇଥିଲା ଯେ ଛୋଟ କ୍ରିଏଟର୍ସ ଯେଉଁମାନେ ନିକଟରେ ନିଜ ଚାନେଲ ଆରମ୍ଭ କରିଛନ୍ତି ସେମାନଙ୍କୁ ବିନା କାରଣରେ ଟାର୍ଗେଟ କରାଯାଉଛି । ୟୁଟ୍ୟୁବରେ ନିଜ ଡାଟା ଆଧାରରେ କହିଛି ଯେ ଆନୁପାତିକ ଭାବେ ଛୋଟ ଚାନେଲକୁ ଜାଣିଶୁଣି ବ୍ୟବହାରିକ ହମଲା ଅଧିକ ହୋଇଥାଏ ।

ଏସବୁ କାରଣରୁ କମ୍ପାନୀ ଡିସଲାଇକ ଆକାଉଣ୍ଟ ପ୍ରାଇଭେଟ କରିଦେଇଛି । କେବଳ କ୍ରିଏଟର୍ସ ହିଁ ଡିସଲାଇକ ସଂଖ୍ୟା ଦେଖିପାରିବେ । କ୍ରିଏଟର୍ସ କ୍ରିଏଟିଭ ଷ୍ଟୁଡିଓକୁ ଯାଇ ଡିସଲାଇକ ସଂଖ୍ୟା ଦେଖିପାରିବେ ।

Show More

Related Articles

Back to top button