Breaking PLUSଖେଳ

ଆଇସିସି ଟି-୨୦ ବିଶ୍ୱକପ: ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ-ପାକିସ୍ତାନ

ଆଇସିସି ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ ଓ ପାକିସ୍ତାନ । ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ପାକିସ୍ତାନ ଟିମ୍ ପ୍ରଥମେ ବ୍ୟାଟିଂ କରିବ ।

ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ତା’ର ଗ୍ରୁପ୍-୨ର ସବୁତକ ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରି ଗ୍ରୁପ୍-୨ରେ ୪ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଦ୍ୱିତୀୟରେ ରହି ସେମିଫାଇନାଲକୁ କ୍ୱାଲିଫାଏ କରିଛି ।

ଅଷ୍ଟ୍ରେଲିଆ: ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍), ଡେଭିଡ୍ ୱାର୍ଣ୍ଣର୍, ମିଚେଲ୍ ମାର୍ଶ, ଷ୍ଟିଭ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ୍ ଷ୍ଟୋଇନିସ୍, ମାଥ୍ୟୁ ୱେଡ୍ (ୱିକେଟ୍ କିପର), ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ ହେଜଲଉଡ୍ ।

ପାକିସ୍ତାନ: ବାବର ଆଜମ (କ୍ୟାପଟେନ୍), ମହମ୍ମଦ ରିଜୱାନ, ଫକର ଜମାନ୍, ମହମ୍ମଦ ହଫିଜ୍, ଶୋଏବ ମଲିକ୍, ଆସିଫ ଅଲୀ, ଶଦାବ ଖାନ୍, ଇମାନ ୱାସିମ୍, ହାସନ୍ ଅଲୀ, ହାରିସ୍ ରୌଫ, ଶାହୀନ ଆଫ୍ରିଦି ।

Show More

Related Articles

Back to top button