Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରସେଲିବ୍ରିଟି

ମହିଳା ଦିବସ ଅବସରରେ ମା’ଙ୍କ ପାଇଁ ସଲମାନଙ୍କର ଏକ ଗିପ୍ଟ

 ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ନିଜର ଆଉ ଏକ ଟାଲେଣ୍ଟ ଦେଖାଇଛନ୍ତି ବଲିଉଡ ଅଭିନେତା ସାଲମାନ୍ ଖାନ୍ ।

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ନିଜର ଆଉ ଏକ ଟାଲେଣ୍ଟ ଦେଖାଇଛନ୍ତି ବଲିଉଡ ଅଭିନେତା ସାଲମାନ୍ ଖାନ୍ । ଅଭିନୟ ଏବଂ କଣ୍ଠଦାନ ପରେ ଏବେ ଚିତ୍ରକୁ ନେଇ ସେ ଖୁବ ଚର୍ଚ୍ଚାରେ ଅଛନ୍ତି ।ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସେ ଏକ ଚିତ୍ର କରି ସମସ୍ତଙ୍କ ମନ ଜିଣି ନେଇଛନ୍ତି ସଲମାନ୍ ଖାନ । ଏହି ଚିତ୍ରକୁ ସେ ତାଙ୍କ ମାଆଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ଏହି  ଭିଡିଓକୁ ସାଲମାନ ଖାନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ପେଣ୍ଟିଙ୍ଗ କରୁଥିବା ବେଳର ଏହି ଭିଡିଓ ଏବେ ଦର୍ଶକଙ୍କ ଭିତରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଚିତ୍ରରେ ସେ ତିନି ଧର୍ମକୁ ସ୍ଥାନ ଦେବା ସହିତ ଶାନ୍ତିର ସନ୍ଦେଶ ଦେଇଛନ୍ତି । ସମ୍ପୂର୍ଣ୍ଣ ଭିଡିଓ ଅପଲୋଡ କରି ନଥଇଲେ ବି ଏହାର ଲିଙ୍କ ଦେଇଛନ୍ତି ସାଲମାନ ଖାନ । ଭିଡିଓ ସହିତ କ୍ୟାପ୍ସନରେ ଲେଖିଛନ୍ତି ଯେ, ଅପାଣଙ୍କୁ ଯାହା କରିବାର ଅଛି କରନ୍ତୁ, କିନ୍ତୁ ମାଆଙ୍କୁ କଷ୍ଟ ଦିଅନ୍ତୁ ନାହିଁ । ମହିଳା ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଏଥିରୁ ଜଣାପଡୁଛି ସାଳମାନ ତାଙ୍କ ମାଆଙ୍କୁ କେତେ ଭଲ ପାଆନ୍ତି । ମାଆଙ୍କ ସହ ତାଙ୍କ ସମ୍ପର୍କ କେତେ ନିବିଡ ରହିଛି । ଖାଲି ସମୟରେ ମାଆଙ୍କ ସହ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି ସାଲମାନ । ଏବଂ ତାଙ୍କ ମା’ଙ୍କୁ ସଲମାନ ବହୁତ ଭଲ ପାଆନ୍ତି ।

Show More

Related Articles

Back to top button