Breaking PLUSଦେଶମୁଖ୍ୟ ଖବର

କେନ୍ଦ୍ର ଓ ଚାଷୀ ସଙ୍ଗଠନ ମଧ୍ୟରେ ହୋଇପାରିଲାନି ସହମତି, ରବିବାର ଚତୁର୍ଥ ବୈଠକ

ଚଣ୍ଡିଗଡ, 16 ଫେବୃଆରୀ- ପଞ୍ଜାବ ଚାଷୀ ସଙ୍ଗଠନର ଦିଲ୍ଲୀ ଚଲ୍ଲୋ ଆହ୍ୱାନ ପରେ ଗୁରୁବାର କେନ୍ଦ୍ର ସରକାରଙ୍କ ସହ ଚାଲିଥିବା ତୃତୀୟ ବୈଠକରେ ମଧ୍ୟ ସହମତି ପ୍ରକାଶ ପାଇପାରିନାହିଁ । ଏବେ ଚତୁର୍ଥ ପର୍ଯ୍ୟାୟରେ ରବିବାର ସନ୍ଧ୍ୟାରେ ଚଣ୍ଡିଗଡରେ ବସି । ତୃତୀୟ ପର୍ଯ୍ୟାୟ ଆଲୋଚନା ରାତି ପ୍ରାୟ 2ଟା ଯାଏ ଚାଲିଥିଲା । ବୈଠକରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୀୟୁଷ ଗୋଏଲ ଓ ନିତ୍ୟାନନ୍ଦ ରାୟ ସାମିଲ ହୋଇଥିଲେ । ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଅର୍ଥମନ୍ତ୍ରୀ ହରପାଲ ସିଂହ ଚିମୀ ଓ ରାଜ୍ୟ ଅଧିକାରୀମାନେ ନିଜର ପକ୍ଷ ରଖିଥିଲେ ।
କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଯେ, ଅନେକ ମାମଲାରେ ସହମତି ପ୍ରକାଶ ପାଇଛି । କିଛି ଦାବି ଉପରେ ବିସ୍ୃତ ରିପୋର୍ଟ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଚାଷୀମାନେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଏମଏସପି ଅଧିସୂଚନା ଜାରି କରିବା ଏବଂ ଚାଷୀ ଋଣ ଛାଡକୁ ନେଇ ଅଧିକାରୀଙ୍କୁ ରିପୋର୍ଟ ମଗାଯାଇଛି । ଏବେ ପରବର୍ତ୍ତୀ ବୈଠକ ଫେବୃୟାରୀ 18ତାରିଖ ସନ୍ଧ୍ୟା 6ଟାରେ ବସିବ ।

Show More

Related Articles

Back to top button