Breaking PLUSଦେଶମୁଖ୍ୟ ଖବର

ବଂଶବାଦର କୁଚକ୍ରରେ ଫସିଥିବା କଂଗ୍ରେସକୁ ଶିକ୍ଷା ଦେବେ ଯୁବ ଭୋଟର- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, 16 ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳେ ଭିସି ଜରିଆରେ ‘ବିକଶିତ ଭାରତ ବିକଶିତ ରାଜସ୍ଥାନ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, କଂଗ୍ରେସ ଦଳ ବଂଶବାଦର କୁଚକ୍ରରେ ଫସିରହିଛି ଏବଂ ଏହି କାରଣରୁ ‘ମୋଦି’ କହୁଥିବା ସବୁ କଥାକୁ ବିରୋଧ କରୁଛନ୍ତି । ସେମାନଙ୍କର ଏଭଳି ଧରଣର ରାଜନୀତି ଯୁବ ଭୋଟର ବିଶେଷ କରି ପ୍ରଥମ ଥର ଭୋଟ ଦେଉଥିବା ଭୋଟର କେବେ ବି ବରଦାସ୍ତ କରିବେ ନାହିଁ ।
କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ 17ହଜାରରୁ ଅଧିକ କୋଟିର ଅନେକ ବିକାଶମୂଳକ ପରିଯୋଜନାର ଉଦଘାଟନ, ଲୋକାର୍ପଣ, ଶିଳାନ୍ୟାସ କରିଛନ୍ତି । ଏହି ପରିଯୋଜନା ସଡକ, ରେଲୱେ, ସୌରଶକ୍ତି, ବିଜୁଳି, ପେୟଜଳ ଓ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସହିତ ଜଡିତ ।
କଂଗ୍ରେସ ବିଷୟରେ ପିଏମ ମୋଦି କହିଛନ୍ତି ଯେ, କଂଗ୍ରେସ ନିକଟରେ ଗୋଟିଏ ହିଁ ଏଜେଣ୍ଡା ରହିଛି, ମୋଦି ବିରୋଧ, ଘୋର ମୋଦି ବରୋଧ । ମୋଦି ବିରୋଧରେ ଏମାନେ ଏଭଳି କଥା ପ୍ରଚାର କରୁଛନ୍ତି, ଯେ, ସମାଜ ବିଭାଜିତ ହେଉ । ଆଜି ସମସ୍ତେ କଂଗ୍ରେସର ହାତ ଛାଡୁଛନ୍ତି, କେବଳ ଗୋଟିଏ ପରିବାର ହିଁ ସେଠାରେ ଦେଖାଯାଇଥାଏ ।
ପ୍ରଧାନମନ୍ତ୍ରୀ ରାଜନସ୍ଥାନରେ ପେପର ଲିକ୍ ମାମଲାରେ ଏସଆଇଟି ଗଠିତ କରିବା କଥା ଉଠାଇ କହିଛନ୍ତି ଯେ, ଯୁବପିଢିଙ୍କୁ ଏଥିରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଆଇନ ଆଣିଛନ୍ତି । ଏବେ ସଙ୍ଗଠିତ ଭାବେ ପେପର ଲିକ କରୁଥିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେବ ।
ସେ କହିଛନ୍ତି ଯେ, ବିକଶିତ ଭାରତ ମାଧ୍ୟମରେ ତାଙ୍କ ସରକାର ଯୁବ, ମହିଳା, ଚାଷୀ ଓ ଗରିବଙ୍କୁ ସଶକ୍ତ କରିବାକୁ ଉଦ୍ୟମ କରୁଛି । ତାଙ୍କ ପାଇଁ ଏହି 4 ସବୁଠୁ ବଡ ଜାତି ଅଟନ୍ତି ।

Show More

Related Articles

Back to top button