Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀରେ ରଙ୍ଗ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, 11 ମୃତ

ନୂଆଦିଲ୍ଲୀ, 16 ଫେବୃଆରୀ -ରାଜଧାନୀ ଦିଲ୍ଲୀର ଅଲିପୁର ଅଂଚଳରେ ଏକ ପେଣ୍ଟ ଫ୍ୟାକ୍ଟ୍ରିରେ ଭୟାବହ ନିଆଁ ଲାଗିବା କାରଣରୁ 11ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀର ସୂଚନା ଅନୁସାରେ କାଲି ସନ୍ଧ୍ୟା ପ୍ରାୟ 5.25 ମିନିଟ ସମୟରେ ନିଆଁ ଲାଗିବା ନେଇ ଖବର ମିଳିଥିଲା । ଏହି ଫ୍ୟାକ୍ଟ୍ରିରେ ଥିନର ଡ୍ରମ ମଧ୍ୟ ରଖାଯାଇଥିଲା । ଏହି କାରଣରୁ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା । ଏହାପରେ ନିଆଁ ଦ୍ରୁତଗତିରେ ସାମ୍ନା ଘର ଓ ଏକ ନିଶା ମୁକ୍ତି କେନ୍ଦ୍ର ଯାଏ ମାଡିଯାଇଥିଲା । ପ୍ରାୟ 4ଘଣ୍ଟା ପରେ ନିୟନ୍ତ୍ରଣ କରାଯାଇଥିଲା ନିଆଁ ।
ଦିଲ୍ଲୀ ଫାୟାର ସର୍ଭିସେସର ନିର୍ଦ୍ଦେଶକ ଅତୁଲ ଗର୍ଗ ଏକ୍ସ ହ୍ୟାଣ୍ଡେଲରେ ଘଟଣାକୁ ନେଇ ଦୁଃଖ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଏହି ଅଘଟଣରେ 11ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

Show More

Related Articles

Back to top button