ଦୁର୍ଘଟଣାସ୍ୱାସ୍ଥ୍ୟ

କୁର୍ଲୁଘାଟି ନିକଟରେ ଗଛକୁ ପିଟିଲା କାର୍ ; ୨ ମୃତ ଓ ୨ ଗୁରୁତର

୨ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଆଜି ନବରଙ୍ଗପୁର ଜିଲ୍ଲା କୁର୍ଲୁଘାଟି ନିକଟରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଫଳରେ ୨ ଜଣଙ୍କ ମୃତ୍ୟୁ ହେବାସହ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ଦିଗିସଲପାଠାରୁ ବାହାରି ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚଳର ୪ ଜଣ ସାଙ୍ଗ ଏକ କାର୍ ଯୋଗେ ନବରଙ୍ଗପୁର ଯାଉଥିବା ବେଳେ ଗାଡ଼ିଟି କୁର୍ଲୁଘାଟି ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା । ଗଛରେ କାର୍ ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ମୃତକ ହେଲେ ରିତିକ୍‌ ବିଷୋୟୀ ଓ ରାଜା, ଏବଂ ଆହତମାନେ ହେଉଛନ୍ତି ସୌମ୍ୟ ରଞ୍ଜନ ନାୟକ ଓ ଶ୍ରୀପତି କର୍ପୁରା । ୨ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 

Show More

Related Articles

Back to top button