ମନୋରଞ୍ଜନ

‘କୌନ ବନେଗା କରୋଡ଼ପତି’କୁ ନେଇ ବିବାଦ: ଶୋ’ ବିରୋଧରେ ମାମଲା ରୁଜ୍ଜୁ

ଟିଭି ଶୋ ‘କୌନ ବନେଗା କରୋଡ଼ପତି’କୁ ନେଇ ପୁଣି ବିବାଦ ହୋଇଛି। ଶୋ’ ରେ ପିଲାଙ୍କ ସ୍ପେଶାଲ ଏପିସୋଡ ସମୟରେ ଏମିତି କିଛି ଦେଖିବାକୁ ମିଳିଥିଲା ଯାହା ଦେଖି ଲୋକେ ଚକିତ ହୋଇଯାଇଥିଲେ ଓ ପରେ ଏହି କାର୍ଯ୍ୟକଳାପକୁ ଭୁଲ ବୋଲି କୁହାଯାଇଛି। ସୋନି ଏଣ୍ଟରଟେନମେଣ୍ଟ ମଧ୍ୟ ବିଳମ୍ବ ନ କରି ସେହି ଏପିସୋଡର ଅନେକ ଭିଡିଓ ନଷ୍ଟ କରିଦେଇଛି।

‘କୌନ ବନେଗା କରୋଡ଼ପତି’ରେ ପିଲାଙ୍କ ସ୍ପେଶାଲ ଏପିସୋଡରେ ଜଣେ ଶିଶୁ ଆସିଥିଲେ। ସେ ଦାବି କରିଥିଲେ ଯେ ବହି ଶୁଙ୍ଘି ତାକୁ ପଢି ପାରନ୍ତି। ମାମଲାକୁ ନେଇ ଶୋ’ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି। ମାମଲାରେ ସୋନି ଟିଭି ମଧ୍ୟ ନିଜ ଜବାବ ରଖିଛି। ସିଜନର ୧୩ ର ୬୨ତମ ଏପିସୋଡର ଗୋଟିଏ ଭାଗରେ ଆପତ୍ତି ଦର୍ଶାଇ ଫେଡେରେସନ ଅଫ ଇଣ୍ଡିଆନ ରେଷନାଲିଷ୍ଟ ଆସୋସିଏସନ ଅଧ୍ୟକ୍ଷ ନରେନ୍ଦ୍ର ନାୟକ ମାମଲା ରୁଜ୍ଜୁ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଅନେକ ସଂଗଠନ ନିରୀହ ପିତାମାତାଙ୍କୁ ଶୋଷଣ କରୁଛନ୍ତି। ସେମାନଙ୍କ ପିଲାଙ୍କ ମିଡ ବ୍ରେନ ଆକ୍ଟିବେସନ କରାଇବା ନାଁରେ ପିତାମାତାଙ୍କ ଶୋଷଣ କରନ୍ତି। ଏହି ଭଳି ପ୍ରଚାର କରି ଆପଣ ଆମ ଦେଶର ପ୍ରତିଷ୍ଠାକୁ କମ କରୁଛନ୍ତି ଯେଉଁଥିପାଇଁ ବିଶ୍ୱ ଆମ ଉପରେ ହସିବ ବୋଲି ସେ ଅଭିଯୋଗ କରିଛନ୍ତି।

 

ମିଡ ବ୍ରେନ ଆକ୍ଟିବେସନ ଏମିତି ଏକ ଶୋ’ ଯେଉଁଠି ଦାବି କରାଯାଇଥାଏ ଯେ ପିଲା ଏହା ଜରିଆରେ କୌଣସି ଜିନିଷକୁ ନ ଦେଖି ପଢି ପାରନ୍ତି। କିନ୍ତୁ ଏହି ଥିଓରୀକୁ ଅନେକଥର ଖାରଜ କରାଯାଇଛି। ନରେନ୍ଦ୍ର ନାୟକଙ୍କ ଭଳି ତର୍କବାଦୀ ତଥା ବିଶେଷଜ୍ଞ ଏହି ପଦ୍ଧତିରେ ଆପତ୍ତି ଦର୍ଶାଇ ଏହାକୁ ଦୁର୍ନୀତି ବୋଲି କହିଛନ୍ତି। ନରେନ୍ଦ୍ର ନାୟକଙ୍କ ଅଭିଯୋଗର ଜବାବରେ ସୋନି ଏଣ୍ଟରଟେନମେଣ୍ଟର ଜଣେ ପ୍ରତିନିଧି କହିଛନ୍ତି ଯେ ସେହି ଏପିସୋଡକୁ ସବୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି ଏବଂ ଉପଯୁକ୍ତ ଭାବେ ସମ୍ପାଦିତ ଅର୍ଥ ଏଡିଟ ମଧ୍ୟ କରାଯାଇଛି। ତାଛଡା ଟିମକୁ ସତର୍କ ରହିବାକୁ ଏବଂ ଭବିଷ୍ୟତରେ ସବୁ ଏପିସୋଡ ପାଇଁ ଏହିଭଳି କଥାବାର୍ତ୍ତା ହେବନାହିଁ।

Show More

Related Articles

Back to top button