ବଲିଉଡ

ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର : ଘୋଷଣା ହେଲା ‘କେଜିଏଫ -୨’ ର ରିଲିଜ ତାରିଖ

ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ -୨’ ପାଇଁ ସିନେ ପ୍ରେମୀଙ୍କ ମହଲରେ ବହୁ ଉତ୍ସାହ ଦେଖିବାକୁ ମିଳିଛି । କେଜିଏଫ-୧ ବହୁ ସଫଳତା ସାଉଁଟି ଥିବାବେଳେ ବର୍ତ୍ତମାନ ‘କେଜିଏଫ -୨’ ର କାହାଣୀ କିପରି ହୋଇଥିବ ତାହା ଜାଣିବାକୁ ଦର୍ଶକ ଉତ୍କଣ୍ଠା ର ସହ ଚାହିଁ ରହିଛନ୍ତି ।  ସୁପରଷ୍ଟାର ୟଶଙ୍କ ଏହି ଚଳଚ୍ଚିତ୍ରର ରିଲିଜ୍ ଡେଟ୍ ବାହାରିଛି । ଅକ୍ଟୋବର ୨୧ରୁ ମହାରାଷ୍ଟ୍ରରେ ସମସ୍ତ ସିନେମା ହଲ୍ ଖୋଲିବାର ଖବର ସାମ୍ନାକୁ ଆସିବା ମାତ୍ରେ କ୍ରମାଗତ ଭାବରେ ସମସ୍ତ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା ।

ଏହି ପର୍ଯ୍ୟାୟରେ, ‘କେଜିଏଫ-୨’ ର ରିଲିଜ୍ ତାରିଖ ମଧ୍ୟ ବାହାରି ଯାଇଛି । ୧୪ ଏପ୍ରିଲ୍ ୨୦୨୨ରେ ରିଲିଜ ହେବାକୁ ଯାଉଛି ‘କେଜିଏଫ-୨’ । ଯଦିଓ ଏହି ତାରିଖ ପୂର୍ବରୁ ଆସିଥିଲା, ତେବେ ଏହି ତାରିଖ ପୁଣି ଷ୍ଟାମ୍ପ ହୋଇଛି । ତେଣୁ ‘କେଜିଏଫ୍’-୨ର ଟିମ୍ ଏହି ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ଏହି ତାରିଖ ପରିବର୍ତ୍ତନ କରିବେ ନାହିଁ । ୧୦୦ କୋଟିର ଏହି ଚଳଚ୍ଚିତ୍ର କନ୍ନଡ, ହିନ୍ଦୀ, ତାମିଲ, ତେଲୁଗୁ ଓ ମାଲାୟାଲମରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ୟଶ୍ ରକି, ସଞ୍ଜୟ ଦତ୍ତ, ରବୀନା ଟଣ୍ଡନ, ରାମିକା ସେନ୍ ଓ ରେନା ଭଳି ସିନେ ଷ୍ଟାରଙ୍କୁ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ ।

କରୋନା ମହାମାରୀ ହେତୁ ଦେଶବ୍ୟାପୀ ଲକ୍‌ ଡାଉନ୍‌ ହୋଇଥିବାରୁ ସିନେମା ହଲଗୁଡିକ ବନ୍ଦ ହୋଇଥିଲା । ଯାହା ଫଳରେ ଏହି ଚଳଚ୍ଚିତ୍ର ରିଲିଜ ବିଳମ୍ବ ହୋଇଛି  । ନହେଲେ ଏହି ଫିଲ୍ମର ଦ୍ୱିତୀୟ ଭାଗ ବର୍ତ୍ତମାନ ସୁଦ୍ଧା ରିଲିଜ୍ ହୋଇଥାନ୍ତା । ଫିଲ୍ମର ଅନ୍ୟ ପାର୍ଟ ଗୁଡିକ ବକ୍ସ ଅଫିସରେ ଏକ ଅଦ୍ଭୁତ ସଫଳତା ହାସଲ କରିଥିଲା । ତେବେ ସୂଚନା ଅନୁଯାୟୀ, ‘କେଜିଏଫ୍-୨’ର କ୍ଲାଇମାକ୍ସରେ ଭିଲେନ୍ ଉଭୟ ସଞ୍ଜୟ ଦତ୍ତ ହୋଇଥିବାବେଳେ ସୁପରଷ୍ଟାର୍ ୟଶ ମୁଖ୍ୟ ଭୂମିକାରେ ଅଛନ୍ତି । ଏଥିରେ ସୁପର ଆକ୍ସନ ଦେଖିବାକୁ ମିଳିବ ।

Show More

Related Articles

Back to top button