Breaking PLUSଓଡ଼ିଶାମୁଖ୍ୟ ଖବର
ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଙ୍କେତ ଉପରେ ଜଳସ୍ତର
ସୁବର୍ଣ୍ଣରେଖା ନଦୀରେ ପୁଣି ବନ୍ୟା। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଝାଡଖଣ୍ତର ଗାଲୁଡିହି ବ୍ୟାରେଜରୁ ଗତ ଦୁଇ ଦିନରେ ପର୍ଯ୍ୟାୟ କ୍ରମେ ୧୧ ହଜାର ୩ ଶହ କ୍ୟୁସେକ ପାଣି ନିଷ୍କାସନ କରାଯିବା ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।

ସୁବର୍ଣ୍ଣରେଖା ନଦୀର ରାଜଘାଟ ନିକଟରେ ସତର୍କ ସଂକେତ ୯,୪୫ ମିଟର ଥିବା ବେଳେ ଆଜି ସକାଳ ୮ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୩୦ ମିଟର ଉପରେ ପ୍ରବାହିତ ହେବାରେ ଲାଗିଛି। ନଦୀର ଜଳସ୍ତୟ ବୃଦ୍ଧି ପାଉଥିବାରୁ ବାଲିଆପାଳ, ଭୋଗରାଇ ଏବଂ ଜଳେଶ୍ଵର ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି। ଅନେକ ପଞ୍ଚାୟତରେ ପାଣି ପଶିଥିବାର ଦେଖିବାକୁ ମିଳିଛି।