Breaking PLUSଓଡ଼ିଶାମୁଖ୍ୟ ଖବର

ଶକ୍ତିଶାଳୀ ହେବ ଭାରତୀୟ ସେନା, ସାମିଲ ହେବ ୧୧୮ ଅତ୍ୟାଧୁନିକ ଯୁଦ୍ଧ ଟ୍ୟାଙ୍କ

ଭାରତୀୟ ସ୍ଥଳସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ଆସିବ ୧୧୮ ଅତ୍ୟାଧୁନିକ ଯୁଦ୍ଧ ଟ୍ୟାଙ୍କ ଏକେ-୧ଏ । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏଚଭିଏଫ ନିକଟରେ ଅର୍ଡର ଉପସ୍ଥାପନ କରାଯାଇଛି। ଏଗୁଡିକର ମୂଲ୍ୟ ୭୫୨୩ କୋଟି ଟଙ୍କା ହେବ ବୋଲି ଜଣାଯାଇଛି।

ଭାରତୀୟ ସ୍ଥଳସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ଆସିବ ୧୧୮ ଅତ୍ୟାଧୁନିକ ଯୁଦ୍ଧ ଟ୍ୟାଙ୍କ ଏକେ-୧ଏ । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏଚଭିଏଫ ନିକଟରେ ଅର୍ଡର ଉପସ୍ଥାପନ କରାଯାଇଛି। ଏଗୁଡିକର ମୂଲ୍ୟ ୭୫୨୩ କୋଟି ଟଙ୍କା ହେବ ବୋଲି ଜଣାଯାଇଛି।

ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି, ‘ ପ୍ରତିରାକ୍ଷା ମନ୍ତ୍ରାଳୟ ସେପ୍ଟେମ୍ବର ୨୩ରେ ଭାରତୀୟ ସ୍ଥଳ ସେନା ପାଇଁ ୧୧୮ଟି ମେନ୍‌ ବ୍ୟାଟଲ୍‌ ଟ୍ୟାଙ୍କ (ଏମବିଟି) ଅର୍ଜୁନ ଏମକେ-୧ଏ ନିର୍ମାଣ ପାଇଁ ଚେନ୍ନାଇର ଏଚଭିଏଫକୁ ଅର୍ଡର ଦେଇଛି।’ ଏହା ଆତ୍ମନିର୍ଭର ଭାରତ ପାଇଁ ଏକ ବଡ଼ ପଦକ୍ଷେପ। ଏଚଭିଏଫ୍‌କୁ ଏହି ଅର୍ଡର ମିଳିଥିବାରୁ ୨୦୦ରୁ ଅଧିକ ଭାରତୀୟ କମ୍ପାନୀଙ୍କ ପାଇଁ ଏକ ଭଲ ଅବସର ହେବାକୁ ଯାଉଥିବା ବେଳେ ୮୦୦୦ ଲୋକଙ୍କୁ ରୋଜଗାର ମିଳିପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ଟ୍ୟାଙ୍କ ଉଭୟ ରାତି ଏବଂ ଦିନରେ ସଠିକ ଭାବେ ଟାର୍ଗେଟ ଭେଦ କରିପାରିବ। ଡିଆରଡିଓ ଏହି ଅତ୍ୟାଧୁନିକ ଅର୍ଜୁନ୍‌ ଟ୍ୟାଙ୍କକୁ ବିକଶିତ କରିଥିବା ଜଣାପଡ଼ିଛି।

ଚଳିତ ବର୍ଷ ଫେବ୍ରୁଆରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଏମବିଟି ଅର୍ଜୁନ ଏମକେ ୧ଏ ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଏମ ଏମ ନରବାଣେଙ୍କୁ ହସ୍ତାନ୍ତର କରିଥିଲେ। ଏହି ପ୍ରକଳ୍ପରୁ ଅଧିକ ଘାତକ ଏବଂ ସର୍ବାଧୁନିକ ଅର୍ଜୁନ ଏମକେ-୧ଏ ଟ୍ୟାଙ୍କ ପ୍ରସ୍ତୁତ ହେବ ବୋଲି ଜଣାଯାଇଛି। ଏହି ଟ୍ୟାଙ୍କର ସଠିକ ଏବଂ ଉଚ୍ଚତର ଆକ୍ରମଣକାରୀ କ୍ଷମତା ରହିଛି। ତାହାସହିତ ଏହା ନିଜର ସୁରକ୍ଷା ପାଇଁ ବହୁସ୍ତରୀୟ ସୁରକ୍ଷାରେ ସଜ୍ଜିତ ହୋଇଛି। ଏସବୁ ସହିତ ଏହା ସମସ୍ତ ପ୍ରକାର ଭୂଭାଗରେ ନିଜର ଶକ୍ତି ପ୍ରଦର୍ଶନ କରିପାରିବ। କହିବାକୁ ଗଲେ ସ୍ୱଦେଶୀ ସ୍ତରରେ ପ୍ରସ୍ତୁତ ଏହି ଟ୍ୟାଙ୍କ ଏହି ଶ୍ରେଣୀରେ ପୃଥିବୀର ଯେକୌଣସି ରାଷ୍ଟ୍ରର ଟ୍ୟାଙ୍କ ସହିତ ସମକକ୍ଷ।

ଏହା ପୂର୍ବରୁ ଭାରତୀୟ ସେନା ପାଖରେ ୧୨୪ ଅର୍ଜୁନ୍‌ ଟ୍ୟାଙ୍କ ଥିଲା। ଏବେ ଆହୁରି ୧୧୮ ଅର୍ଜୁନ୍‌ ଟ୍ୟାଙ୍କ ସାମିଲ ହେବା ପରେ ସ୍ଥଳ ସେନା ଆହୁରି ଶକ୍ତିଶାଳୀ ହୋଇପାରିବ।

Show More

Related Articles

Back to top button