Breaking PLUSଓଡ଼ିଶାମୁଖ୍ୟ ଖବର

କେନ୍ଦ୍ର ପର୍ଯ୍ୟଟନ ତାଲିକାରେ ଓଡ଼ିଶାର ୩ ସ୍ଥାନ

କେନ୍ଦ୍ର ପର୍ୟ୍ୟଟନ ତାଲିକାରେ ଓଡ଼ିଶାର ୩ ସ୍ଥାନ । ଜାତୀୟ ଶିକ୍ଷା ନୀତି-୨୦୨୦ ଅନ୍ତର୍ଗତ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ୟ୍ୟକ୍ରମକୁ ଅଧିକ ସୁଦୃଢ ଓ ପ୍ରଚାର କରିବା ସହ ଛାତ୍ରଛାତ୍ରୀଙ୍କୁ ସାମିଲ କରିବାକୁ ପଦକ୍ଷେପ ନିଆଯାଇଛି । ଏନେଇ ୟୁଜିସି ପକ୍ଷରୁ କୁଳପତିଙ୍କୁ ଚିଠି ଲେଖାଯାଇଛି । ଏହି କାର୍ୟ୍ୟକ୍ରମରେ ଦେଶର ୧୦୦ ଟି ପର୍ୟ୍ୟଟନ ସ୍ଥଳକୁ ଛାତ୍ରଛାତ୍ରୀ ମାନେ ଯାଇପାରିବେ ।

ଏହି ୧୦୦ ଟି ପର୍ୟ୍ୟଟନ ସ୍ଥଳୀ ମଧ୍ୟରୁ ଓଡ଼ିଶାର ୩ଟି ପର୍ୟ୍ୟଟନ ସ୍ଥଳ ସ୍ଥାନ ପାଇଛି । ସେଗୁଡିକ ହେଲା ଓଡ଼ିଶାର ଚିଲିକା, କୋଣାର୍କ, ଖଣ୍ଡଗିରି- ଉଦୟଗିରି ଗୁମ୍ଫାକୁ କେନ୍ଦ୍ର ପର୍ୟ୍ୟଟନ ସ୍ଥଳ ତାଲିକାରେ ସ୍ଥାନ ପାଇଛି । ଏହାଦ୍ୱାରା ଛାତ୍ର ଛାତ୍ରୀମାନେ ଦେଶର ସଂସ୍କୃତି ଓ ଇତିହାସ ସମ୍ୱନ୍ଧରେ ଅବଗତ ହୋଇପାରିବେ । କରୋନା କଟକଣା ସମ୍ପୂର୍ଣ୍ଣ ଭାବେ ଉଠିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଦିଗରେ ପଦକ୍ଷେପ ନେଇପାରିବେ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button