Breaking PLUSଓଡ଼ିଶାମୁଖ୍ୟ ଖବର

ଅକ୍ଟୋବର ୧ରୁ ଯୁକ୍ତଦୁଇ ସ୍ୱତନ୍ତ୍ର ପରୀକ୍ଷା

ଅକ୍ଟୋବର ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ସ୍ୱତନ୍ତ୍ର ପରୀକ୍ଷା । ରାଜ୍ୟର ମୋଟ ୧୮୫ଟି କେନ୍ଦ୍ରରେ ପରୀକ୍ଷା କରାଯିବ । ବାଲେଶ୍ୱର ଜିଲ୍ଲାରେ ୧୦ଟି ପରୀକ୍ଷା କେନ୍ଦ୍ର ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ୫, ବଲାଙ୍ଗିରରେ ୯, ସୋନପୁରରେ ୫, ଜଗତସିଂହପୁର ୬ ଓ କଟକ ଜିଲ୍ଲାରେ ୧୨ଟି ପରୀକ୍ଷା କେନ୍ଦ୍ର ହୋଇଛି ।

କେନ୍ଦ୍ରଗୁଡିକ ବାବଦରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ୱେବସାଇଟ୍‌ରେ ବିସ୍ତୃତ ସୂଚନା ଦିଆଯାଇଛି । ପ୍ରତି ପରୀକ୍ଷା କେନ୍ଦ୍ରରେ ସିସିଟିଭି ରହିବା ସହିତ ତ୍ରିସ୍ତରୀୟ ସ୍କ୍ୱାଡ୍‌ ବ୍ୟବସ୍ଥାରେ କପି ଯାଞ୍ଚ କରାଯିବ । ଏଥିପାଇଁ ମଧ୍ୟ ଏକ ଟାସ୍କ ଫୋର୍ସ ଗଠନ କରାଯିବ । ସେହିପରି ପ୍ରତି ପରୀକ୍ଷା କେନ୍ଦ୍ରରେ କରୋନା କଟକଣା ନିୟମକୁ କଡ଼ାକଡ଼ି ଭାବେ ପାଳନ ହେବ । ଉଲ୍ଲେଖଯୋଗ୍ୟ, ଅଫଲାଇନ୍‌ ପରୀକ୍ଷା ପାଇଁ ରାଜ୍ୟରେ ମୋଟ୍‌ ୧୩ ହଜାର ୪୩ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି ।

Show More

Related Articles

Back to top button