Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆପରେ ଯୋଗ ଦେଇପାରନ୍ତି ଅଭିନେତା ସୋନୁ

ବଲିଉଡ୍‌ ଅଭିନେତା ସୋନୁ ସୁଧ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦଳ ଆପରେ ଖୁବ୍‌ଶୀଘ୍ର ଯୋଗ ଦେଇପାରନ୍ତି । ଏନେଇ ଗତକାଲି ସୋନୁ ଦଳର ବରିଷ୍ଠ ନେତାଙ୍କ ସହ ମିଶି ଦିଲ୍ଲୀର ମୁଖ୍ୟ କାର୍ଯ୍ୟାଳୟରେ ଆଲୋଚନା କାର୍ଯ୍ୟକ୍ରମ କରିଥିଲେ । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମେତ ଗୁଜରାଟର ନାମୀଦାମୀ ଶିଳ୍ପପତିମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ବଲିଉଡ୍‌ ଅଭିନେତା ସୋନୁ ସୁଧ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦଳ ଆପରେ ଖୁବ୍‌ଶୀଘ୍ର ଯୋଗ ଦେଇପାରନ୍ତି । ଏନେଇ ଗତକାଲି ସୋନୁ ଦଳର ବରିଷ୍ଠ ନେତାଙ୍କ ସହ ମିଶି ଦିଲ୍ଲୀର ମୁଖ୍ୟ କାର୍ଯ୍ୟାଳୟରେ ଆଲୋଚନା କାର୍ଯ୍ୟକ୍ରମ କରିଥିଲେ । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମେତ ଗୁଜରାଟର ନାମୀଦାମୀ ଶିଳ୍ପପତିମାନେ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ଅଗଷ୍ଟରେ ଦିଲ୍ଲୀ ସରକାର ସୋନୁଙ୍କୁ ‘ଦେଶ କେ ମେଣ୍ଟର’ ଦପକ୍ଷପରେ ବ୍ରାଣ୍ଡ ଆମ୍ବାସଡର କରିଥିଲା । ଖବର ଅନୁସାରେ ୨୦୨୦ରେ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସୋନୁ ଆପ ଦଳର ପାର୍ଥୀ ହୋଇ ମଇଦାନକୁ ଓହ୍ଲାଇପାରନ୍ତି ।
ଏହା ପୂର୍ବରୁ ମଧ୍ୟ ସୋନୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରିସାରିଛନ୍ତି । ଅନ୍ୟପକ୍ଷରେ, ଗତକାଲି ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଆଲୋଚନା କାର୍ଯ୍ୟକ୍ରମରେ ସୋନୁ ଗଣମାଧ୍ୟମକୁ ଏକ ଚାଞ୍ଚଲ୍ୟକର ଖବର ଦେଇଛନ୍ତି । ଖବର ଅନୁସାରେ, ୨ଟି ରାଜନୈତିକ ଦଳ ତାଙ୍କୁ ରାଜ୍ୟସଭା ଟିକେଟ୍‌ ଦିଆଯିବା ନେଇ ପ୍ରସ୍ତାବ ଦେଇଥିଲେ, ମାତ୍ର ସେ ମନା କରିଦେଥିଲେ । ଏହାର କିଛି ଦିନ ପରେ ସୋନୁଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଥିଲା ।

Show More

Related Articles

Back to top button