Breaking PLUSଓଡ଼ିଶାମୁଖ୍ୟ ଖବର

ମୂର୍ତ୍ତି ଉଚ୍ଚତା ବିବାଦରେ ଆଜି ଆସିବ ହାଇକୋର୍ଟଙ୍କ ରାୟ

ଦୁର୍ଗା ପୂଜାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ମୁର୍ତ୍ତି ଉଚ୍ଚତା ବଢାଇବା ପାଇଁ ଦାବି ଦିନକୁ ଦିନ ଯୋର ହେବାରେ ଲାଗିଛି । ସେପଟେ ସରକାର ମଧ୍ୟ ଘୋହଣା କରି ସାରିଛନ୍ତି ଯେ ମୁର୍ତ୍ତି ଉଚ୍ଚତା ବଢାଯିବ ନାହିଁ । ଏନେଇ ମାମଲା ହାଇକୋର୍ଟରେ ପହଁଞ୍ଚିଥିଲାବେଳେ ଆଜି ଏହି ମାମଲାରେ ଶୁଣାଣି ଥିବାରୁ କିଛି ନିଷ୍ପତି ହୋଇ ପାରେ

ଦୁର୍ଗା ପୂଜାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ମୁର୍ତ୍ତି ଉଚ୍ଚତା ବଢାଇବା ପାଇଁ ଦାବି ଦିନକୁ ଦିନ ଯୋର ହେବାରେ ଲାଗିଛି । ସେପଟେ ସରକାର ମଧ୍ୟ ଘୋହଣା କରି ସାରିଛନ୍ତି ଯେ ମୁର୍ତ୍ତି ଉଚ୍ଚତା ବଢାଯିବ ନାହିଁ । ଏନେଇ ମାମଲା ହାଇକୋର୍ଟରେ ପହଁଞ୍ଚିଥିଲାବେଳେ ଆଜି ଏହି ମାମଲାରେ ଶୁଣାଣି ଥିବାରୁ କିଛି ନିଷ୍ପତି ହୋଇ ପାରେ । ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ ସମ୍ପର୍କିତ ଆଗତ ମାମଲାର ଶୁଣାଣି ଗତକାଲି ହୋଇଛି । ଆଜି ଏହି ମାମଲାର ରାୟ ପ୍ରକାଶ ପାଇବ ମୁଖ୍ୟ ବିଚାରପତି ଏସ୍ . ମୁରଲୀଧର ଓ ଜଷ୍ଟିସ ବି.ପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ ।

ତେବେ ଚଳିତ ବର୍ଷ ୪ ଫୁଟ ଭିତରେ ମା ‘ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରିବା ପାଇଁ ସରକାର ଗାଇଡ୍‌ଲାଇନ ଜାରି କରିଛନ୍ତି । ଏହାକୁ ଚ୍ୟାଲେଞ୍ଜ କରି ୮ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିବାକୁ କଟକ ବାଲୁବଜାର ପୂଜା କମିଟି ସମ୍ପାଦକ ରମେଶ ଚନ୍ଦ୍ର ବେହେରା ଗତ ମଙ୍ଗଳବାର ହାଇକୋର୍ଟରେ ମାମଲା ଦାଏର କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ତଥା ପୂଜା କମିଟି ସଭାପତି ସୂର୍ଯ୍ୟକାନ୍ତ ସାଙ୍ଗନାରିଆ ଓ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି ।

Show More

Related Articles

Back to top button