Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ଏକ ଲଘୁଚାପ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାର ଅଖପାଖ ଅଞ୍ଚଳରେ ସକ୍ରୀୟ ରହିଛି ଏହା ୧୮ ତାରିଖ ବେଳକୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଏହାର ପ୍ରଭାବରେ ୧୮ ତାରିଖଠାରୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ବଢିବ ।

ଓଡିଶା ଉପରେ ଆଜି କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି , ପ୍ରବଳ ବର୍ଷା ପାଇଁ କୌଣସି ଚେତାବନୀ ଜାରି ହୋଇନାହିଁ । ଏପରିକି ରାଜ୍ୟରେ ଆସନ୍ତା କାଲି ପର୍ଯ୍ୟନ୍ତ କୌଣସି ଚେତାବନୀ ଜାରି କରାଯାଇ ନାହିଁ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାର ଅଖପାଖ ଅଞ୍ଚଳରେ ସକ୍ରୀୟ ରହିଛି ଏହା ୧୮ ତାରିଖ ବେଳକୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଏହାର ପ୍ରଭାବରେ ୧୮ ତାରିଖଠାରୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ବଢିବ ।

ଏପରିକି କିଛି ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମୟୁରଭଞ୍ଜ,ବାଲେଶ୍ୱର ଏବଂ ଭଦ୍ରକରେ ୧୮ ତାରିଖ ବେଳକୁ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଚେତାବନୀ ଜାରି କରାଯାଇଛି ।

୧୯ ତାରିଖରେ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଜିଲ୍ଲାରେ କିଛିକିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଚେତାବନୀ ଜାରି କରାଯାଇଛି ।

୨୦ ତାରିଖ ପାଇଁ ବରଗଡ,ସମ୍ବଲପୁର,ଝାରସୁଗୁଡା,ଦେଉଗଡ,ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଚଳିତ ମୌସୁମୀ ପ୍ରଭାବରେ ଜୁନ୍ ମାସ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୯୪୩ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ଠାରୁ ୧୨ ପ୍ରତିଶତ କମ୍

Show More

Related Articles

Back to top button