Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ, ଗତ ୨୪ ଘଣ୍ଟାରେ ୮ ହଜାର ୨୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୬୮୪ ଜଣ ଚିହ୍ନଟ ହୋଇଥିବା ବେଳେ ୩୫୩୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୯ ହଜାର ୭୫୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୪୦ ହଜାର ୬୩ ଜଣ।

ଆଜି ରାଜ୍ୟରେ ୮ ହଜାର ୨୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୬୮୪ ଜଣ ଚିହ୍ନଟ ହୋଇଥିବା ବେଳେ ୩୫୩୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୯ ହଜାର ୭୫୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୪୦ ହଜାର ୬୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୩ ହଜାର ୫୪୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୫୪ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୮ ହଜାର ୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୭୧ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬୩୬ ଜଣ, ଅନୁଗୁଳ ଜିଲ୍ଲାରୁ ୩୯୪ ଜଣ, ବାଲେଶ୍ଵର ଜିଲ୍ଲାରୁ ୩୦୨ ଜଣ, ବରଗଡ ଜିଲ୍ଲାରୁ ୩୭୫ ଜଣ, ଭଦ୍ରକ ଜିଲ୍ଲାରୁ ୬୩ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩୦୫ ଜଣ, ବୌଦ୍ଧ ଜିଲ୍ଲାରୁ ୯୮ ଜଣ, କଟକ ଜିଲ୍ଲାରୁ ୪୪୭ ଜଣ, ଦେବଗଡ ଜିଲ୍ଲାରୁ ୯୮ ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୭ ଜଣ, ଗଜପତି ଜିଲ୍ଲାରୁ ୧୨୧ ଜଣ, ଗଞ୍ଜାମ ଜିଲ୍ଲାରୁ ୬୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୬ ଜଣ, ଯାଜପୁର ଜିଲ୍ଲାରୁ ୩୪୭ ଜଣ, ଝାରସୁଗୁଡା ଜିଲ୍ଲାରୁ ୩୧୬ ଜଣ, କଳାହାଣ୍ଡିରୁ ୨୩୮ ଜଣ, କନ୍ଧମାଳ ଜିଲ୍ଲାରୁ ୭୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୮୭ ଜଣ, କେନ୍ଦୁଝର ଜିଲ୍ଲାରୁ ୧୨୯ ଜଣ, କୋରାପୁଟ ଜିଲ୍ଲାରୁ ୧୩୩ ଜଣ, ମାଲକାନାଗିରି ଜିଲ୍ଲାରୁ ୩୨ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୯୦ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୧୯ ଜଣ, ନୟାଗଡ ଜିଲ୍ଲାରୁ ୨୫୦ ଜଣ, ନୂଆପଡା ଜିଲ୍ଲାରୁ ୨୬୧ ଜଣ, ପୁରୀ ଜିଲ୍ଲାରୁ ୪୦୨ ଜଣ, ରାୟଗଡା ଜିଲ୍ଲାରୁ ୨୩୨ ଜଣ, ସମ୍ବଲପୁର ଜିଲ୍ଲାରୁ ୩୮୫ ଜଣ, ସୋନପୁର ଜିଲ୍ଲାରୁ ୨୪୮ ଜଣ ଏବଂ ଷ୍ଟେଟ ପୁଲରୁ ୨୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Show More

Related Articles

Back to top button