Breaking PLUSଦେଶ ବିଦେଶମୁଖ୍ୟ ଖବର

ଡାନିଏଲ୍ ସ୍ମିଥଙ୍କୁ ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କଲା ବାଇଡେନ୍ ପ୍ରଶାସନ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତରେ କରୋନା ସଂକ୍ରମଣ ମଧ୍ୟରେ ନୂଆ ରାଷ୍ଟ୍ରଦୂତ ଭାବେ ଡାନିଏଲ୍ ସ୍ମିଥଙ୍କୁ ନିଯୁକ୍ତ କରଛନ୍ତି । ଉଭୟ ଦେଶ ମଧ୍ୟ ସହଯୋଗ ବଢାଇବାକୁ ନେଇ ବାଇଡେନ୍ ଏହି ନିଷ୍ପତ୍ତି ନେଇଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତରେ କରୋନା ସଂକ୍ରମଣ ମଧ୍ୟରେ ନୂଆ ରାଷ୍ଟ୍ରଦୂତ ଭାବେ ଡାନିଏଲ୍ ସ୍ମିଥଙ୍କୁ ନିଯୁକ୍ତ କରଛନ୍ତି । ଉଭୟ ଦେଶ ମଧ୍ୟ ସହଯୋଗ ବଢାଇବାକୁ ନେଇ ବାଇଡେନ୍ ଏହି ନିଷ୍ପତ୍ତି ନେଇଛନ୍ତି ।

ଆମେରିକୀୟ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ବିଦେଶ ସେବା ସଂସ୍ଥାନର ନିର୍ଦ୍ଦେଶ ରାଷ୍ଟ୍ରଦୂତ ଡାନିଏଲ ସ୍ମିଥ୍ ଭାରତରେ ଆମେରିକା ଦୂତାବାସର ଅନ୍ତରୀଣ ମୁଖ୍ୟଭାବେ କାର୍ଯ୍ୟ କରିବେ । ଏଥିପାଇଁ ସେ ନୂଆଦିଲ୍ଲୀ ଗସ୍ତ କରିବେ ।

ଭାରତରେ ଆମେରିକା ରାଷ୍ଟ୍ରଦୂତ ପଦ ଜାନୁଆରୀ ୨୦ରୁ ଖାଲି ପଡିଥିଲା । ବାଇଡେନ୍ ୪୬ ତମ ରାଷ୍ଟ୍ରପତି ଭାବେ ୨୦ ଜାନୁଆରୀରେ ହିଁ ଶପଥ ନେଇଥିଲେ । ଏହି ପଦରେ ନିଯୁକ୍ତି ପାଇବା ପାଇଁ ସିନେଟର ଅନମୁତି ଆବଶ୍ୟକ । ଏହାପରେ ଅନେକ ପ୍ରକ୍ରିୟା ରହିଛି । ଯେଉଁଥି ପାଇଁ ରାଷ୍ଟ୍ରଦୂତ ନିଯୁକ୍ତି ବିଳମ୍ବିତ ହୋଇଥାଏ । ଭାରତରେ ଜାରି ରହିଥିବା କରୋନା ସଙ୍କଟ ମଧ୍ୟରେ ବାଇଡେନ୍ ପ୍ରଶାସନ ଆଉ ଅଧିକ ସମୟ ପାଇଁ ରାଷ୍ଟ୍ରଦୂତ ପଦ ଖାଲି ରଖିବାକୁ ଚାହିଁ ନଥିଲା ।

ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ନେଡ୍ ପ୍ରାଇସ୍ କହିଛନ୍ତି ଯେ, ସ୍ମିଥଙ୍କ ନିଯୁକ୍ତି ଭାରତ ସରକାର ଓ ଭାରତୀୟଙ୍କ ସହଭାଗିତାରେ ଆମେରିକା ସହ ମଜବୁତ ସମ୍ପର୍କ ଅତୁଟ ରଖିବ ।

Show More

Related Articles

Back to top button