Breaking PLUSଓଡ଼ିଶାମୁଖ୍ୟ ଖବର

କରୋନାର କରାଳ ରୂପ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫ ଜଣଙ୍କ ଜୀବନ ନେଲା କରୋନା

ଥମୁନି ସଂକ୍ରମଣ କି କମୁନି କରୋନା ମୃତ୍ୟୁ । ରାଜ୍ୟରେ କରୋନା ସଂକ୍ରମଣ ମାମଲା ଭଳି ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମହାମାରୀରେ ଖୋର୍ଦ୍ଧାରୁ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ରାୟଗଡ଼ାରୁ ୩, ସୁନ୍ଦରଗଡ଼ରୁ ୨, କଳାହାଣ୍ଡିରୁ ୨, ସୁବର୍ଣ୍ଣପୁର-ପୁରୀ ଓ କଟକରୁ ଜଣେ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨ ହଜାର ୮୮କୁ ବୃଦ୍ଧି ପାଇଛି ।

ସଂକ୍ରମଣରେ ଶୀର୍ଷରେ ଥିବା ଖୋର୍ଦ୍ଧା ଜିଲ୍ଲା କୋଭିଡ୍ ମୃତ୍ୟୁରେ ବି ସବୁଠୁ ଆଗରେ ରହିଛି । ବିଗତ ୨୪ ଘଣ୍ଟାରେ ଜିଲ୍ଲାରେ ୫ ଜଣଙ୍କ ର ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୩୭୦କୁ ବୃଦ୍ଧି ପାଇଛି । ଏବେ ଜିଲ୍ଲାରେ ୧୨ ହଜାର ୬୧୬ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେହିଭଳି ରାୟଗଡ଼ା ଜିଲ୍ଲାରେ ୩ ମୃତ୍ୟୁକୁ ମିଶାଇ ମୋଟ୍ ୬୭ ଜଣଙ୍କ ଜୀବନ ନେଲାଣି ମହାମାରୀ । ଏବେ ଜିଲ୍ଲାରେ ୧୨୪୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

କରୋନାର ଗଡ଼ ପାଲଟିଥିବା ସୁନ୍ଦରଗଡ଼ ଜିଲ୍ଲାରେ ୨ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୧୯୮କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୬ ହଜାର ୮୦୦ଟି ସକ୍ରିୟ ମାମଲା ରହିଛି । କଳାହାଣ୍ଡି ଜିଲ୍ଲାରେ ୨ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁ ୪୩କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୨୭୫୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

Show More

Related Articles

Back to top button