ସ୍ୱାସ୍ଥ୍ୟ

ଗ୍ରୀଷ୍ମ ଋତୁରେ ପାଳଙ୍ଗ ରସ ପଇବା ଦ୍ବାରା ଶରୀରକୁ ମିଳିଥାଏ ଏହିସବୁ ଲାଭ : ଆସନ୍ତୁ ଜାଣିବା ସେଗୁଡିକ କଣ

ବର୍ତ୍ତମାନର ମହାମାରୀ ସମୟରେ ଓ ଗ୍ରୀଷ୍ମ ଉତପରେ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖିବା ନିହାତି ଆବଶ୍ୟକ । ପାଳଙ୍ଗ ଶାଗ ରସ ଗ୍ରୀଷ୍ମ ଋତୁରେ ସେବନ କରିବା ଦ୍ବାରା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ହୋଇଥାଏ

ପଲଙ୍ଗରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ,ସୋଡ଼ିୟମ ,ଫସଫରସ,ଖଣିଜ ଲବଣ,ପ୍ରୋଟିନ,ଆଇରନ ,ଭିଟାମିନ ଏ ଓ ସି ରହିଛି । ପଲଙ୍ଗଜୁସ ସେବନ କଲେ ମଣିଷ ଅନେକ ପ୍ରକାରର ସଂକ୍ରମଣ ରୁ ରକ୍ଷା ପାଇବା ସହିତ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ ।
* ପାଳଙ୍ଗ ରସ ସେବନ କରି ଆପଣ ନିଜର ପାଚନ ତନ୍ତ୍ରକୁ ଉନ୍ନତ କରି ପାରିବେ । ପାଳଙ୍ଗ ରେ ମିଳୁଥିବା ତତ୍ତ୍ଵ ଶରୀରରୁ ବାହାରୁଥିବା ଖରାପ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ ।
* ମୋଟା ପଣ ସମସ୍ୟା ଦ୍ବାରା ଯଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ପାଳଙ୍ଗ ଜୁସ ପ୍ରତିଦିନ ପିଆନ୍ତୁ। ପାଳଙ୍ଗ ରେ ଫାଇବରର ମାତ୍ରା ଅଧିକ ଓ କ୍ୟାଲୋରୀ ମାତ୍ରା କମ୍ ରହିଥିବାରୁ ଓଜନ ନିୟନ୍ତ୍ରଣ କରିଥାଏ ।

* ପାଳଙ୍ଗ ରେ ଭିଟାମିନ ଏ ଓ ସି ରହିଛି ଯାହା ଆଖିର ବିଭିନ୍ନ ରୋଗ ପାଇଁ ଲଢ଼ିବାରେ ସାହାଯ୍ୟ କରିଥାଏ । ପାଳଙ୍ଗ ଜୁସ୍ କୁ ପିଇ ଆଖିର ଦୃଷ୍ଟିଶକ୍ତି ବଢ଼ା ଯାଇଥାଏ ।
* ପାଳଙ୍ଗ ରେ କ୍ୟାଲସିୟମ ଓ ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା ହାଡ଼ କୁ ମଜବୁତ୍ କରିବାରେ ସାହାଯ୍ୟ କରିଥାଏ ।ଆପଣ ହାଡ଼ କୁ ଦୁର୍ବଳ ହେବାରୁ ରକ୍ଷା କରିବା ପାଇଁ ପାଳଙ୍ଗ ରସ ପିଇ ପାରିବେ ।
* ଇମ୍ୟୁନିଟ ବଢ଼ାଇବା ପାଇଁ ପାଳଙ୍ଗ ରସ ନିଜ ଖାଦ୍ୟରେ ସାମିଲ କରନ୍ତୁ ଏଥିରେ ଥିବା ମ୍ୟାଗ୍ନେଶୀୟମ ଆମର ଶକ୍ତି ବଢ଼ାଇବା ସହିତ ଇମ୍ୟୁନିଟି ବଢ଼ାଇବାରେ ସାହାଯ୍ୟ କରିଥାଏ ।

Show More

Related Articles

Back to top button