ବାଣିଜ୍ୟ

୯୦୦୦ ଟଙ୍କା ଶସ୍ତା ହେଲା ସୁନା !

ଆସନ୍ତୁ ଜାଣିବା ନୂଆ ଦର

ଲଗାତର ଭାବେ ଖସୁଛି ସୁନା ଦର । ଦେଶରେ ସୁନା ଦର ହ୍ରାସ ପାଇବା କାରଣରୁ ବଜାରରେ ଅଚଳାବସ୍ଥା ଜାରି ରହିଛି । ଏବେ ବିବାହ ଋତୁ ଚାଲିଛି । ଅନେକ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି ।ସୁନାର ଦାମ୍ ହ୍ରାସ ପାଇବା କାରଣରୁ ବଜାର ଖୋଲିବା ପରେ ଗ୍ରାହକ ସୁନା ଅଧିକ ମାତ୍ରାରେ କିଣୁଥିବା ନଜର ଆସିଛି । ଗତ ୧୦ ଦିନରେ ୬ ଥର ପାଇଁ ସୁନା ଦର ହ୍ରାସ ପାଇଛି । ଗତ ସପ୍ତାହରେ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୧୪୦୦ ଟଙ୍କା ହ୍ରାସ ପାଇଥିଲା । ଏହାପରେ ଦାମ୍ କିଛି ମାତ୍ରାରେ ବଢିଥିଲେ ସୁଦ୍ଧା ପୁଣି ଖସିଥିଲା ।

ଦିଲ୍ଲୀ ଗହଣା ବଜାରରେ ଗୁରୁବାର ସୁନା ଦର ୧୦ ଗ୍ରାମ୍ ପିଛା ୪୬୩୭୬ ଟଙ୍କାରୁ କାରବାର ଆରମ୍ଭ କରିଥିଲେ ମଧ୍ୟ ୪୬୨୮୩ ଟଙ୍କାକୁ ଖସି ଆସିଥିଲା । ଏପରି ଭାବେ ସୁନା ସର୍ବୋଚ୍ଚ ଦରଠୁ ୯୦୦୦ ଟଙ୍କା ଶସ୍ତା ହେଲାଣି । ଗତବର୍ଷ କରୋନା ମହାମାରୀ ବେଳେ ସୁନା ୧୦ ଗ୍ରାମ୍ ପିଛା ୫୫୦୦୦ ଟପିଥିଲା । ତେବେ ରୁପା ଗୁରୁବାର କେଜି ପିଛା ୬୬୬୯୦ ଟଙ୍କାରୁ କାରବାର ଆରମ୍ଭ କରିଥିବା ବେଳେ ୬୬୭୮୯ ଟଙ୍କାରେ ବନ୍ଦ ହୋଇଥିଲା ।ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ଆଉନ୍ସ ପ୍ରତି ୧୭୮୦ ଡଲାର ରହିଛି । ସେହିପରି ରୁପା ଦର କେଜି ପିଛା ଅନ୍ତରାଷ୍ଟ୍ରୀୟ ବଜାରରେ ଆଉନ୍ସ ପିଛା ୨୫.୯୬ ଡଲାରରେ ଟ୍ରେଡ୍ କରୁଛି ।

Show More

Related Articles

Back to top button