Breaking PLUSଓଡ଼ିଶାମୁଖ୍ୟ ଖବର

8ଜଣିଆ ଏଟିଏମ ଲୁଟେରା ଗିରଫ

ଭୁବନେଶ୍ୱର, 18 ଜାନୁଆରୀ – ବାଲେଶ୍ଵର ପୋଲିସ 8ଜଣିଆ ଏଟିଏମ ଲୁଟରାଙ୍କୁ ଗିରଫ କରିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲେଶ୍ଵର ଏସପି ସାଗରିକ ନାଥ। ସୂଚନା ଅନୁଯାୟୀ ଜାନୁଆରୀ ୪ ଓ ୫ ତାରିଖ ଦିନ ରେମୁଣା ଦୂର୍ଗାଦେବୀ ନିକଟରେ ଏକ ଏସବିଆଇ ଏଟିଏମରେ ଚୋରି କରିବାକୁ ଉଦ୍ୟମ କରିଥିବା ବେଳେ ଜାନୁଆରୀ ୬ ଓ ୭ ତାରିଖରେ ମୟୂରଭଞ୍ଜ ଖୁଣ୍ଟାରେ ନିକଟରେ ଏଟିଏମରେ ଲୁଟ କରିବାକୁ ଉଦ୍ୟମ କରି ଫେରାର ହୋଇ ଯାଇଥିଲେ । ପରେ ସଦର ସିଡ଼ିପିଓ ଏବଂ ନୀଳଗିରି ସିଡ଼ିପିଓଙ୍କ ଦ୍ଵାରା ଏକ ମିଳିତ ଟିମ୍ କରି ଏହି ଗ୍ୟାଙ୍ଗକୁ ଧରିଥିବା ବେଳେ ସେଥିରୁ ଜଣେ ଫେରାର ଅଛି। ଏହି ଗ୍ୟାଙ୍ଗ ପାଖରୁ ଗ୍ୟାସ କଟର, ତେଲେଙ୍ଗା ଚୁରି, ସିଲିଣ୍ଡର୍, ବ୍ଲାକ ସ୍ପେ ସହ ୮ ଟି ମୋବାଇଲ ଜବତ କରାଯାଇଛି। ପୂର୍ବରୁ ମଧ୍ୟ ଏମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବାର ଜଣା ପଡ଼ିଛି।

Show More

Related Articles

Back to top button