ଦୁର୍ଘଟଣାଦେଶ

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପ୍ରବଳ ଜଳ ସ୍ରୋତରେ ଭାସି ୭ ମୃତ,୪ ଉଦ୍ଧାର

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ପ୍ରବଳ ଜଳ ସ୍ରୋତରେ ଭାସିଯାଇ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ୪ ଜଣଙ୍କୁ ଉଦ୍ଧାର କରାଯାଇଛି । ଏଭଳି ଘଟଣା ହରିୟାଣା ମହେନ୍ଦ୍ରଗଡରେ କନିନା-ରେୱାରୀ ରାସ୍ତାରେ ଥିବା ଝଗଦୋଲି ଗାଁରେ ଘଟିଥିବା ସୂଚନା ମିଳିଛି । ଏହି ଖବରକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ଏମ.ଏଲ୍ ଖଟ୍ଟର ଗଭୀର ଦୁଃଖ ପ୍ରକାଶ କରିଛନ୍ତି  ।

ସୂଚନା ଅନୁଯାୟୀ , ମହେନ୍ଦ୍ରଗଡରେ କନିନା-ରେୱାରୀ ରାସ୍ତାରେ ଥିବା ଝଗଦୋଲି ଗାଁ ନିକଟରେ ଥିବା ଗଣେଶ ମୂର୍ତ୍ତିକୁ ବିସର୍ଜନ ପାଇଁ ଯାଇ ପ୍ରାୟ ନଅ ଜଣ ବ୍ୟକ୍ତି ପ୍ରବଳ ଜଳ ସ୍ରୋତରେ ଭାସି ଯାଇଥିଲେ । ବିଳମ୍ବିତ ରାତିରେ କେନାଲରୁ ୮ ଜଣଙ୍କୁ ଉଦ୍ଧାର କରାଯାଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ।

ସେହିପରି ମହେନ୍ଦ୍ରଗଡର ଝଗଦୋଲି ଗ୍ରାମ ନିକଟରେ ଗଣେଶ ମୂର୍ତ୍ତିକୁ ବିସର୍ଜନ କରିବା ପାଇଁ ପ୍ରାୟ ୨୦ ରୁ ୨୨ ଲୋକ କେନାଲକୁ ଯାଇଥିବାବେଳେ ୪ ଜଣ ଯୁବକ ବୁଡି ପ୍ରାଣ ହରାଇଛନ୍ତି ଏବଂ ୪ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ।

ତେବେ ଏହି ୨ଟି ଘଟଣାରେ ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯିବା ସହ ଘଟଣାର ତଦନ୍ତ କରାଯାଉଛି ବୋଲି ପୋଲିସ ପକ୍ଷରୁ କୁହାଯାଉଛି ।

 

Show More

Related Articles

Back to top button