Breaking PLUSଦେଶମୁଖ୍ୟ ଖବର

ତାମିଲନାଡୁରେ ତୀର୍ଥଯାତ୍ରୀଙ୍କ ଗାଡି ଉପରେ ଚଢିଲା ଟ୍ରକ, 5 ମୃତ, 19 ଆହତ

ଚେନ୍ନାଇ, 30 ଡିସେମ୍ବର – ତାମିଲନାଡୁରେ ଭୟାବହ ସଡକ ଦୁର୍ଘଟଣା ହୋଇଛି । ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଦୁର୍ଘଟଣାରେ 5ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ 19ଜଣ ଆହତ ହୋଇଛନ୍ତି । ତିରୁଚି-ରାମେଶ୍ୱରମ ଜାତୀୟ ରାଜପଥରେ ରାତି 12.20ରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ସୂଚନା ମୁତାବକ ପୁଦୁକୋଟ୍ଟଇ ଜିଲ୍ଲାର ନମନସମୁଥିରମ ଥାନା ଅଞ୍ଚଳରେ ଥିବା ଏକ ଚା’ ଦୋକାନ ନିକଟରେ ତିନୋଟି ଗାଡି ଅଟକି ରହିଥିଲା । ତିନୋଟି ଯାକ ଗାଡିରେ ତୀର୍ଥଯାତ୍ରୀ ବସିଥିଲେ । ତେବେ ହଠାତ୍ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତିନୋଟି ଯାକ ଗାଡିକୁ ଧକ୍କା ଦେଇଥିଲା । ସିମେଣ୍ଟ ବୋଝେଇ ଟ୍ରକଟି ଅରିୟାଲୁର ଜିଲ୍ଲାରୁ ଶିବଗଙ୍ଗା ଅଭିମୁଖେ ଯାଉଥିଲା । ତେବେ ଡ୍ରାଇଭର ହଠାତ୍ ଗାଡି ଉପରୁ ନିୟନ୍ତ୍ରଣ ହରାଇ ତିନୋଟି ଗାଡିକୁ ଧକ୍କା ଦେଇ ଚା’ ଦୋକାନକୁ ମାଡିଯାଇଥିଲା ।

Show More

Related Articles

Back to top button