Breaking PLUSଦେଶମୁଖ୍ୟ ଖବର

ରାଜଧାନୀର ଆଇଜିଏଚ ଏୟାରପୋର୍ଟରେ ଘନ କୁହୁଡି, 80 ଉଡାଣ ପ୍ରଭାବିତ

ନୂଆଦିଲ୍ଲୀ, 30 ଡିସେମ୍ବର -ଉତ୍ତର ଭାରତରେ ପ୍ରବଳ ଶୀତ ଓ କୁହୁଡି ଯୋଗୁ ସଡକ, ରେଳ ଓ ବିମାନ ସେବା ପ୍ରଭାବିତ ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରେ ଶୂନ୍ୟ ଦୃଶ୍ୟତା କାରଣରୁ 80ଟି ଉଡାଣ ପ୍ରଭାବିତ ହେଇଛି ।
ଦିଲ୍ଲୀ ଏୟାରପୋର୍ଟର ଅଧିକାରୀଙ୍କ ଅନୁସାରେ, ଆଜି ସକାଳ 8.30 ବେଳେ ଏୟାରପୋର୍ଟରୁ ଯାଉଥିବା 80ଟି ଫ୍ଲାଇଟ୍ ବିଳମ୍ବ ରହିଛି । ଖରାପ ପାଗ କାରଣରୁ ବିମାନ ଚଳାଚଳରେ ସମସ୍ୟା ଦେଖାଦେଇଛି ।
ସୂଚନାଯୋଗ୍ୟ, ଡିସେମ୍ବର 25 ମଧ୍ୟରାତ୍ରିରୁ 28 ତାରିଖ ସକାଳ 6ଟା ସୁଦ୍ଧା ଖରାପ ପାଗ କାରଣରୁ ପ୍ରାୟ 58ଟି ଉଡାଣର ଗତିପଥ ପରିବର୍ତ୍ତନ କରାଯାଇଛି ।

Show More

Related Articles

Back to top button