ଦେଶ ବିଦେଶବାଣିଜ୍ୟ

ସପ୍ତାହକୁ ୪ଦିନ କରିବାକୁ ପଡିବ କାମ

ଡ୍ୟୁଟି ପରେ ଅଫିସ୍‌ର ମେସେଜ୍‌ ଦେଖିବା ନୁହେଁ ଜରୁରୀ

ବେଲଜିୟମ ସେହି ଦେଶଗୁଡିକର ବଢୁଥିବା ତାଲିକାରେ ସାମିଲ୍‌ ହୋଇଛି। ଯେଉଁଠାରେ କର୍ମଚାରୀମାନେ ବର୍ତ୍ତମାନ ସପ୍ତାହରେ ଚାରି ଦିନ କାମ କରିବେ। ଏହି ଶ୍ରମର ଆଇନ କାନୁନ ହେଉଛି ଏକ ପ୍ରମୁଖ ପରିବର୍ତ୍ତନ। ଯାହା ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର୍ ଡି କ୍ରୁ ମଙ୍ଗଳବାର ଦିନ ଏ ବିଷୟରେ ଘୋଷଣା କରାଯାଇଛି। ପରିବର୍ତ୍ତନ ଗୁଡିକ ବିଷୟରେ ଗଣମାଧ୍ୟମକୁ କହିଛନ୍ତି ଯେ, ମହାମାରୀ କରୋବା ଅବଧି ଆମକୁ ଅଧିକ ନମନୀୟ କାର୍ଯ୍ୟ କରିବାକୁ ବାଧ୍ୟ କରିଛି। ସବୁଠାରୁ ବଡ କଥା ହେଲୋ କାର୍ଯ୍ୟ ଗୁଡିକ ବନ୍ଦ କରିବା ଏବଂ କାର୍ଯ୍ୟ କରିବାର କିଛି ଘଣ୍ଟା ପରେ କାମ ସମ୍ବନ୍ଧୀୟ ମେସେଜ୍‌କୁ ଦେଖିବା ଜରୁରୀ ନୁହେଁ । ଏହି ଅଧିକାର ମଧ୍ୟ ସାମିଲ ରହିଛି। ବେଲଜିୟମ ଲୋକଙ୍କ ଏକ ଉତ୍ତମ ଜୀବନ କାର୍ଯ୍ୟ-ଜୀବନ ସନ୍ତୁଳନ ଯୋଗାଇବା ପାଇଁ ଏହି ପ୍ରକାରର ପଦକ୍ଷେପ ନିଆଯାଇଛି।

ନୂଆ ପରିବର୍ତ୍ତନ ଯୋଗୁଁ କର୍ମଚାରୀମାନଙ୍କୁ ପାଞ୍ଚ ବଦଳରେ ଚାରି ଦିନରେ ୩୮ ଘଣ୍ଟା କାମ କରିବାକୁ ଅନୁମତି ଦିଆଯିବ। ଯାହାକି ସ୍ଥାୟୀ ଦୀର୍ଘ ସପ୍ତାହ ଯାଏଁ ବଢାଯିବ ଏବଂ ଦରମା ହ୍ରାସ ବିନା ଏହି ସବୁ ଦିଆଯାଉଛି। ଫ୍ଲେକ୍ସିବିଲିଟି ପ୍ରିନ୍ସିପାଲ୍ ଅଧୀନରେ, ଜଣେ କର୍ମଚାରୀଙ୍କୁ ସପ୍ତାହରେ ଅଧିକ ଘଣ୍ଟା କାମ କରିବାକୁ ଅନୁମତି ଦିଆଯିବ। କାହିଁକି ନା ପରବର୍ତ୍ତୀ ସପ୍ତାହ ପାଇଁ ବହୁତ କମ୍ କାମ ଯେମିତି ବାକି ରହିବ । ଚଳିତ ବର୍ଷ ମଧ୍ୟଭାଗରେ ଏହା କାର୍ଯ୍ୟକାରୀ ହେବ ବୋଲି ପର୍ଯ୍ୟବେକ୍ଷକମାନେ ଆଶା କରୁଛନ୍ତି। ସେହିଭଳି ଗତ ବର୍ଷ ଡିସେମ୍ବରରେ ଚାରି ଦିନିଆ କାର୍ଯ୍ୟ ସପ୍ତାହକୁ ଆନୁଷ୍ଠାନିକ ଭାବରେ କାର୍ଯ୍ୟକାରୀ କରିବାରେ ୟୁଏଇ ପ୍ରଥମ ଦେଶ ହୋଇଛି ।

Show More

Related Articles

Back to top button