Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ସରିଲା ପ୍ରଥମ ପର୍ଯ୍ୟାୟ, କାଲି ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ

ବୁଥରେ ପହଞ୍ଚୁଛନ୍ତି ପୋଲିଂ ପାର୍ଟି

ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ । ଶୁକ୍ରବାର ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ । ଭୋଟ୍ ପରିଚଳାନା ପାଇଁ ବୁଥ୍ ଅଭିମୁଖେ ପୁଲିଂ ପାର୍ଟି । ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖବର ଅନୁଯାୟୀ, ଦ୍ବିତୀୟ ପର୍ଯ୍ୟାୟରେ ୩୦ ଜିଲ୍ଲାର ୬୮ ଟି ବ୍ଲକ୍ ର ୧୮୬ ଜିଲ୍ଲା ପରିଷଦ ଜୋନ୍ ରେ ମତଦାନ ହେବ। ଦ୍ବିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର ୯୩୮ ମତଦାତା ମତଦାନ ସବ୍ୟସ୍ତ କରିବେ। ମତଦାନ ପାଇଁ ମୋଟ ୧୦ହଜାର ୪୩୬ ପୋଲିଂ ବୁଥ୍ କରାଯାଇଛି । ଅବାଧ, ମୁକ୍ତ, ନିରପେକ୍ଷ ଏବଂ ସୁରକ୍ଷାର ସହ ମତଦାନ ସବ୍ୟସ୍ତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ।

ତେବେ ଶୁକ୍ରବାର ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଭୋଟ୍ ପୂର୍ବରୁ ଅନ୍ଧାରୀ ବିଜେର ନଜିର୍ ପୂର୍ବରୁ ଥିବାରୁ ଜିଲ୍ଲାପାଳମାନେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ଧାରୀ ବିଜେ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯଇଛି । ଏପରିକି ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂ, କଡ଼ାକଡ଼ି କରିବାକୁ କୁହାଯାଇଛି। ଅର୍ଥ କାରବାର, ମଦ ବିତରଣ ଆଦି ରୋକିବାକୁ କୁହାଯାଇଛି। ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ଗତ ସଂଧ୍ୟାରେ ପ୍ରଚାର ସରିଥିଲା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ପ୍ରାୟ ୭୦% ମତଦାତା ଭୋଟ୍ ଦେଇଛନ୍ତି।

Show More

Related Articles

Back to top button