Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ତୃତୀୟ ଲହର ଆଶଙ୍କା ମଧ୍ୟରେ ଆସିଲା ଚିନ୍ତାଜନକ ରିପୋର୍ଟ

ଏହି ରାଜ୍ୟରେ ଦୃତ ଗତିରେ ସଂକ୍ରମିତ ହେଉଛନ୍ତି ଶିଶୁ

ଦେଶରେ ଅନେକ ରାଜ୍ୟରେ କରୋନା ସଂକ୍ରମଣ ହାର କମିବାରେ ଲାଗିଛି । କିନ୍ତୁ ଦକ୍ଷିଣବର୍ତ୍ତୀ କିଛି ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧିପାଇଲାଣି । ସମ୍ଭାବ୍ୟ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇସାରିଥିବା ବେଳେ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟଗୁଡିକ ମଧ୍ୟରୁ ତାମିଲନାଡୁରେ ସଂକ୍ରମଣ ଚିନ୍ତାଜନକ ରହିଛି । ସେଠାରେ ସଂକ୍ରମିତ ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଶିଶୁଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି ।ତାମିଲନାଡୁ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ୨୦୨୧ ଜାନୁଆରୀରେ କୋଭିଡ୍ ସଂକ୍ରମିତ ହୋଇଥିବା ଶିଶୁଙ୍କ ସଂଖ୍ୟା ଥିଲା ୨୦,୩୨୬ । କିନ୍ତୁ ବର୍ତ୍ତମାନ ତାହା ଦ୍ୟତ ଗତିରେ ବୃଦ୍ଧିପାଇ ୭୧,୫୫୫ରେ ପହଞ୍ଚିଛି ।

ତେବେ ଆଶ୍ବସ୍ତିକର ଖବର ହେଉଛି ବର୍ତ୍ତମାନ ସଂକ୍ରମଣ ହାର ଲଗାତାର ଭାବେ କମିବାରେ ଲାଗିଛି ।ତାମିଲନାଡୁରେ କରୋନା ସଂକ୍ରମଣର ହାର ବୃଦ୍ଧି ପାଇଛି । ଜୁନ୍ ମାସରେ ୮.୮ ପ୍ରତିଶତ ମାମଲା ପଞ୍ଜିକୃତ ହୋଇଥିବାବେଳେ ଜୁଲାଇରେ ମୋଟ ୯.୫ ପ୍ରତିଶତ ମାମଲା ସାମ୍ନାକୁ ଆସିଛି । ସେହିଭଳି ଅଗଷ୍ଟରେ ଏହା ୧୦ ପ୍ରତିଶତକୁ ବୃଦ୍ଧି ପାଇଛି। ପେଡିଆଟ୍ରିକ୍ COVID-19 ମ୍ୟାନେଜମେଣ୍ଟ ଟାସ୍କ ଫୋର୍ସର ସଦସ୍ୟ ଡାକ୍ତର ଶ୍ରୀନିବାସନ୍ କହିଛନ୍ତି ଯେ, ତୃତୀୟ ଲହର ସମୟରେ ଭାରତରେ ମୋଟ କୋଭିଡ ସଂକ୍ରମଣର ପ୍ରାୟ ୧୨ ପ୍ରତିଶତ କେବଳ ଶିଶୁ ଚିହ୍ନଟ ହୋଇପାରନ୍ତି ।

Show More

Related Articles

Back to top button