Breaking PLUSଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନରେ ଦୁଇଟି ଭିନ୍ନ ଭିନ୍ନ ଆତଙ୍କ ହମ୍‌ଲାରେ 3 ପୋଲିସ କର୍ମୀଙ୍କ ମୃତ୍ୟୁ

ଇସଲମାବାଦ, 13 ମାର୍ଚ୍ଚ- ପାକିସ୍ତାନର ଖୈବର ପଖ୍ତୁନଖ୍ୱା ଅଂଚଳର ରାଜଧାନୀ ପେଶାୱର ଓ ଡେରା ଇସ୍ମାଇଲ ଖାନ ଜିଲ୍ଲାରେ ଦୁଇଟି ଭିନ୍ନ ଭିନ୍ନ ଆତଙ୍କବାଦୀ ଆକ୍ରମଣରେ ତିନିଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।
ପୋଲିସ ଅଧିକାରୀଙ୍କ ମୁତାବକ, ସୋମବାର ବିଳମ୍ବିତ ରାତିରେ ମିଚନୀ ଗେଟ୍ ପୋଲିସ ଷ୍ଟେସନର ସୀମା ଭିତର ପେଶାୱରର ଦାଗ ଲାରା ଅଂଚଳରେ ଏକ ପୋଲିସ ଭ୍ୟାନକୁ ଟାର୍ଗେଟ କରାଯାଇଥିଲା । ରାତି 11.30ରେ ଏହି ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଅଜମଲ ଖାନ ଓ ସିରାଜ ଖାନଙ୍କ ମୃତ୍ୟୁ ହୋଇଥିବା ବେଳେ ସହାୟକ ଉପ ନିରୀକ୍ଷକ ମଜହର ଆହତ ହୋଇଛନ୍ତି ।

Show More

Related Articles

Back to top button