Breaking PLUSଦେଶମୁଖ୍ୟ ଖବରରାଜନୀତି

ନିଜ ଭାଇ ବାବୁନ ବାନାର୍ଜୀଙ୍କ ସହ ସମସ୍ତ ସଂପର୍କ ଶେଷ କରିବାର ଘୋଷଣା କଲେ ମମତା ବାନାର୍ଜୀ

କୋଲକାତା, 13 ମାର୍ଚ୍ଚ- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ତାଙ୍କ ବାବୁନ ବାନାର୍ଜୀଙ୍କ ସହ ସମସ୍ତ ସଂପର୍କ ଶେଷ କରିବାକୁ ଘୋଷଣା କରିଛନ୍ତି । ବାବୁନ ସ୍ୱାଧୀନ ଭାବେ ଲଢିବାକୁ ଘୋଷଣା କରିଥିବାରୁ ମମତା ଏହି ନିଷ୍ପତ୍ତି ନେଇଛନ୍ତି । ଭାଇର ଏହି ନିଷ୍ପତ୍ତି ଉପରେ ବୁଧବାର ମମତା କହିଛନ୍ତି ଯେ-‘ମୁଁ ସେହି ପରିବାରର ଭାଗ ମନାନୁହିଁ । ମୁଁ ଓ ମୋର ପରିବାର ବାବୁନ ବାନାର୍ଜୀଙ୍କ ସହ ସମସ୍ତ ସଂପର୍କ ଶେଷ କରୁଛି । ହାୱଡା ସିଟରୁ ତୃଣମୂଳ ପ୍ରାର୍ଥୀଙ୍କ ବିରୁଦ୍ଧରେ ବାବୁନ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲେ । ତେବେ ମମତା ବାନାର୍ଜୀଙ୍କ ଏହି ଘୋଷଣା ପରେ ବାବୁନ ନିଜ ନିଷ୍ପତ୍ତି ବଦଳାଇଛନ୍ତି । ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ ନାହିଁ ଏବଂ ଦିଦିଙ୍କ ପାଇଁ ସବୁ କିଛି କରିବେ ବୋଲି ଘୋଷଣା କରିଛନ୍ତି ।

Show More

Related Articles

Back to top button