Breaking PLUSଦେଶମୁଖ୍ୟ ଖବର

ମୁମ୍ବାଇ ଏୟାରପୋର୍ଟରୁ ତିନିଦିନରେ 2.35 କୋଟି ଟଙ୍କାର 4 କିଲୋଗ୍ରାମ ସୁନା ଜବତ କରିଛି କଷ୍ଟମ ବିଭାଗ

ମୁମ୍ବାଇ, 13 ମାର୍ଚ୍ଚ – ମୁମ୍ବାଇ ସୀମା ଶୁଳ୍କର ଟିମ ଗତ ତିନିଦିନରେ ମୁମ୍ବାଇ ଏୟାରପୋର୍ଟରୁ 8ଟି ଭିନ୍ନ ଭିନ୍ନ ମାମଲାରେ 2.35 କୋଟି ଟଙ୍କାର 4.22 କିଲୋଗ୍ରାମରୁ ଅଧିକ ସୁନା, ମୋବାଇଲ ଫୋନ ଓ ଲାପଟପ ଜବତ କରିଛି । ଏହି ସୁନା କପଡାରେ କିମ୍ବା ଜିନିଷ ଭିତରେ ଲୁଚାଇ ଅଣାଯାଇଥିଲା ।
କଷ୍ଟମ ସୂତ୍ର ଅନୁସାରେ ପ୍ରଥମ ମାମଲାରେ ଆବୁଧାବିରୁ ମୁମ୍ବାଇ ଯାତ୍ରା କରୁଥିବା ଜଣେ ଭାରତୀୟ ନାଗରିକଙ୍କ ତଲାସୀ ସମୟରେ ତାର କପଡାରେ ଲୁଚାଇ 1700 ଗ୍ରାମ ସୁନା ପାଉଡର ଜବତ କରାଯାଇଥିଲା । ଦ୍ୱିତୀୟ ମାମଲାରେ ଦୁଇଜଣ ଘରୋଇ ଯାତ୍ରୀଙ୍କ ଠାରୁ ମହମରେ ଲୁଚାଇ ଅଣାଯାଇଥିବା 1020 ଗ୍ରାମ ସୁନା ପାଉଡର ଜବତ କରାଯାଇଥିଲା । ତୃତୀୟ ମାମଲାରେ ଇଣ୍ଡିଗୋ ଫ୍ଲାଇଟରେ ଆବୁଧାବୀରୁ ମୁମ୍ବାଇ ଆସୁଥିବା ଜଣେ ଭାରତୀୟ ନାଗରିକଙ୍କ କପଡାରୁ 600 ଗ୍ରାମ ସୁନା ଧୂଳି ଜବତ କରାଯାଇଥିଲା ।

Show More

Related Articles

Back to top button