Breaking PLUSଦେଶମୁଖ୍ୟ ଖବର

ମାର୍ଚ୍ଚ 15 ପରେ ପେଟିଏମରୁ ଟପ-ଅପ୍ ହେବନି ଫାସଟ୍ୟାଗ, ତାଲିକାରୁ ବାଦ ଦେଲା ଏନଏଚଏଆଇ

ନୂଆଦିଲ୍ଲୀ, 13 ମାର୍ଚ୍ଚ – ଆରବିଆଇ ପକ୍ଷରୁ ପେଟିଏମ ପେମେଂଟ ବ୍ୟାଙ୍କ ଲିମିଟେଡ ଉପରେ ମାର୍ଚ୍ଚ 15 ପରେ ଟପଅପ ଉପରେ ରୋକ ଲଗାଇବା ପରେ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ଫାସଟ୍ୟାଗ ଜାରି କରୁଥିବା ବ୍ୟାଙ୍କର ତାଲିକାକୁ ସଂଶୋଧନ କରିଛି । ଏନଏଚଏଆଇ ଫାସଟ୍ୟାଗ ଟପଅପ୍ କରୁଥିବା ବ୍ୟାଙ୍କ ତାଲିକାରୁ ପେଟିଏମକୁ ବାଦ ଦେଇଛି ।
ଏନଏଚଏଆଇର ଫାସଟ୍ୟାଗ ଜାରି କରୁଥିବା ବ୍ୟାଙ୍କ ଓ ନନ ବ୍ୟାଙ୍କିଂ ଫାଇନାନ୍ସିଆଲ କମ୍ପାନୀର ତାଜା ତାଲିକାରେ ପେଟିଏମ ପେମେଂଟ ବ୍ୟାଙ୍କ ଲିମିଟେଡର ନାମ ସାମିଲ ନାହିଁ । ଏହି ସଂଶୋଧିତ ତାଲିକାରେ କେବଳ 38ଟି ବ୍ୟାଙ୍କର ନାମ ସାମିଲ ରହିଛି, ଯାହା ଜରିଆରେ ଫାସଟ୍ୟାଗ କରାଯାଇପାରିବ ।

Show More

Related Articles

Back to top button