Breaking PLUSଦେଶମୁଖ୍ୟ ଖବର

ମୋତିହାରୀରେ ଭୟାବହ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର 3ଜଣଙ୍କ ମୃତ୍ୟୁ, 2 ଗୁରୁତର

ପୂର୍ବ ଚମ୍ପାରଣ- ଜିଲ୍ଲାର ମୁଫସିଲ ଥାନା ଅଂଚଳରେ ସୋମବାର ଭୟାବହ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଗୋଟିଏ ପରିବାରର 3ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କ ମଧ୍ୟରେ ଏକ ଘରୋଇ ଟିଭି ଚାନେଲର ସାମ୍ବାଦିକ ଶଙ୍କର ଗଣେଶ ଓ କାରର ଡ୍ରାଇଭର ଡବ୍ବୁ ଅଛନ୍ତି । ଦୁର୍ଘଟଣାରେ ସାମ୍ବାଦିକଙ୍କ ମାଆ, ବାପା ଓ ପତ୍ନୀଙ୍କ ମୃତ୍ୟୁ ହୋଇଛି ।
ରକ୍ସୌଲ ସହରର ୱାର୍ଡ ନମ୍ବର 11ର ବାସିନ୍ଦା ସାମ୍ବାଦିକ ଶଙ୍କର ଗଣେଶ ନିଜ ବାପା, ମାଆ ଓ ପତ୍ନୀଙ୍କ ସହ ଇନୋଭା କାରରେ ରକ୍ସୌଲରୁ ନିଜ ଭାଇଙ୍କ ପାଖକୁ ଯିବା ପାଇଁ ଏୟାରପୋର୍ଟ ଯାଉଥିଲେ । ଏହି ସମୟରେ କାରଟି ଭାରସାମ୍ୟ ହରାଇ ଏକ ପୋଖରୀର ରେଲିଂରେ ମାଡ ହୋଇଥିଲା । ସୂଚନା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛି ।

Show More

Related Articles

Back to top button