Breaking PLUSଦେଶମୁଖ୍ୟ ଖବର

ରାମବନରେ ସଡକ ଦୁର୍ଘଟଣା, 4ମୃତ, 3 ଆହତ

ରାମବନ- ଜମ୍ମୁ କଶ୍ମୀରର ରାମବନ ଜିଲ୍ଲାର ପୋଗଲର ମାଲିଗାମ ଅଂଚଳରେ ସୋମବାର ଏକ ଯାତ୍ରୀବାହି ଗାଡି ଦୁର୍ଘଟଣାଗ୍ରସ୍ତ ହେବାରୁ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3ଜଣ ଆହତ ହୋଇଛନ୍ତି ।
ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ମାଲିଗାମରୁ ଓଖରାଲ ତହସିଲ ମୁଖ୍ୟାଳୟ ଅଭିମୁଖେ ଯାଉଥିବା ଏକ କ୍ୟାବ ଲିଙ୍କ ରୋଡରେ ସ୍ଲିପ କରିବା କାରଣରୁ ଖାଇ ଭିତରକୁ ଖସିପଡିଛି । ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ । ଗାଡି ଭିତରୁ 4ଟି ମୃତଦେହ ବାହାର କରାଯାଇଛି । ତିନିଜଣ ଆହତଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ଅବଦୁଲ ୱାହିଦ ବାଲି, ଅନାୟାତୁଲ୍ଲା, ମହମଦ ଅୟୁବ ବାଲି ଓ ଡ୍ରାଇଭର ସଜ୍ଜାଦ ଅହମଦ ।

Show More

Related Articles

Back to top button