Breaking PLUSଦେଶମୁଖ୍ୟ ଖବର

ଲକ୍ଷ୍ମୀପୁର ଉପଖଣ୍ଡ ଦାବିରେ 12ଘଣ୍ଟିଆ ବନ୍ଦ ପାଳନ

ଭୁବନେଶ୍ୱର/ଲକ୍ଷ୍ମୀପୁର- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକକୁ ସବଡ଼ିଭିଜନ ଦାବିରେ ଆଜି ୧୨ଘଣ୍ଟିଆ ରାସ୍ତାରୋକ କରାଯାଇଛି। ଲକ୍ଷ୍ମୀପୁର ବିକାଶ ପରିଷଦ ସହ ବିଭିନ୍ନ ସଙ୍ଘଠନ ତରଫରୁ ଜାତୀୟ ରାଜପଥ ୩୨୬କୁ ଅବରୋଧ କରାଯାଇଛି। ରାୟଗଡା ଠାରୁ କୋରାପୁଟ ଓ ଜୟପୁରକୁ ସଂଯୋଗ କରୁଥିବା ରାସ୍ତାରେ ଗାଡି ଚଳା ଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ସବଡ଼ିଭିଜନ ଦାବିକୁ ସମର୍ଥନ ଜଣାଇ ଲକ୍ଷ୍ମୀପୁରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଦୀର୍ଘ ୬ବର୍ଷରୁ ଅଧିକ ହେଲା ସବଡ଼ିଭିଜନ ପାଇଁ ଦାବି କରାଯାଇଥିଲା । କିନ୍ତୁ ସରକାର କର୍ଣ୍ଣପାତ କରୁନଥିବା କାରଣରୁ ଆଜି ରାଜରାସ୍ତାକୁ ଓଲ୍ଲାଇବାକୁ ପଡ଼ିଥିବା କହିଛି ବିକାଶ ପରିଷଦ।

Show More

Related Articles

Back to top button