Breaking PLUSଦେଶମୁଖ୍ୟ ଖବର

ପାକିସ୍ତାନରେ ନୂଆ ସରକାର ପାଇଁ 2ବର୍ଷ ଚ୍ୟାଲେଞ୍ଜପୂର୍ଣ୍ଣ- ନୱାଜ ସରିଫ୍

ଇସଲମାବାଦ, 29 ଫେବ୍ରୁଆରି – ନିକଟରେ ପାକିସ୍ତାନରେ ହୋଇଥିବା ସାଧାରଣ ନିର୍ବାଚନ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ରାଜନୈତିକ ପାର୍ଟି ପାକିସ୍ତାନ ମୁସଲିମ୍ ଲିଗ-ଏନ ଶାସନ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ତେବେ ଏଥିପାଇଁ ତାଙ୍କୁ ବିଲାବଲ ଭୁଟ୍ଟୋଙ୍କ ପାର୍ଟି ସହ ମେଣ୍ଟ କରିବାକୁ ପଡୁଛି । ଗତକାଲି ନୱାଜ ପିଏମଏଲ-ଏନ ସଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ, ମେଣ୍ଟ ସରକାର ପାଇଁ ଆଗାମୀ ଦୁଇବର୍ଷ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ । ଅର୍ଥବ୍ୟବସ୍ଥାରେ ସୁଧାର ଓ ରାଜନୈତିକ ଅସ୍ଥିରତା ଶେଷ କରିବା ସରକାରଙ୍କର ପ୍ରାଥମିକତା ଅଟେ । ଏହି ବୈଠକରେ ତାଙ୍କ ସାନ ଭାଇ ତଥା ଭାବି ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ଉପସ୍ଥିତ ଥିଲେ ।

Show More

Related Articles

Back to top button