Breaking PLUSଦେଶମୁଖ୍ୟ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପିଏମ ମୋଦି

ନୂଆଦିଲ୍ଲୀ, 29 ଫେବ୍ରୁଆରି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବତନ ତଥା 1977ରେ ଦେଶର ପ୍ରଥମ ଅଣକଂଗ୍ରେସ ସରକାରର ପ୍ରଧାନମନ୍ତ୍ରୀ ହୋଇଥିବା ମୋରାରଜୀ ଦେଶାଇଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସ୍ମରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସ ହ୍ୟାଣ୍ଡେଲରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ‘ଶ୍ରୀ ମୋରାରଜୀ ଭାଇ ଦେଶାଇଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । ସେ ଭାରତୀୟ ରାଜନୀତିର ଜଣେ ଦିଗଜ, ସଚ୍ଚୋଟ ଓ ସରଳତାର ପ୍ରତୀକ ଅଟନ୍ତି । ଅତ୍ୟନ୍ତ ସମର୍ପଣର ସହ ସେ ଦେଶର ସେବା କରିଥିଲେ । ଗତ ମନ୍ କୀ ବାତ ଏପିସୋଡରେ ମୁଁ ତାଙ୍କୁ ସ୍ମରଣ କରିଥିଲି ।

Show More

Related Articles

Back to top button