Breaking PLUSଦେଶମୁଖ୍ୟ ଖବର

ମାର୍ଚ୍ଚରେ ପଶ୍ଚିମବଙ୍ଗ ଆସିବେ କେନ୍ଦ୍ରୀୟ ବଳର 150 କମ୍ପାନୀ

କୋଲକାତା, 29 ଫେବ୍ରୁଆରି -ଲୋକସଭା ନିର୍ବାଚନର ପ୍ରସ୍ତୁତି ପୂରା ଦେଶରେ ଆରମ୍ଭ ହୋଇଯାଇଛି । ନିର୍ବାଚନ କମିଶନଙ୍କ ଜଣେ ଅଧିକାରୀ କହିଛନ୍ତି ଯେ, ମାର୍ଚ୍ଚ ମାସରେ ହିଁ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ବଳ ମୁତୟନ କରାଯିବ । ଦୁଇଟି ପର୍ଯ୍ୟାୟରେ ପ୍ରାୟ 150 କମ୍ପାନୀ ଆସିବାର ସମ୍ଭାବନା ରହିଛି । ପ୍ରଥମ ପର୍ଯ୍ୟାୟରେ ଶହେ କମ୍ପାନୀରେ କେଉଁ ଜିଲ୍ଲାରେ କେତେ ଫୋର୍ସ ମୁତୟନ କରାଯିବ, ତାହା ନିର୍ଦ୍ଧାରଣ କରାଯିବ ।
କମିଶନଙ୍କ ସୂତ୍ର ମୁତାବକ, କେନ୍ଦ୍ରୀୟ ବଳକୁ ଜିଲ୍ଲା, ପୋଲିସ ଜିଲ୍ଲା ଓ କମିଶନରେଟ ଅଂଚଳରେ ମୁତୟନ କରାଯିବ । ପ୍ରଥମ ପର୍ଯ୍ୟାୟରେ 7 କମ୍ପାନୀ ଫୋର୍ସ କୋଲକାତା ଆସୁଛନ୍ତି । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଜିଲ୍ଲା ପୂର୍ବ ମେଦିନାପୁରରେ 5 କମ୍ପାନୀ ଫୋର୍ସ ମୁତୟନ କରାଯିବ ।ବଶିରହାଟ ପୋଲିସ ଜିଲ୍ଲାରେ ତିନି କମ୍ପାନୀ ବଳ ମୁତୟନ କରାଯିବ, ଯେଉଁଥିରେ ସନ୍ଦେଶଖାଲି ଆସୁଛି ।

Show More

Related Articles

Back to top button