Breaking PLUSଦେଶମୁଖ୍ୟ ଖବର

ପଶ୍ଚିମବଙ୍ଗରେ ଦୁଇଟି ଜନସଭା କରିବେ ପ୍ରଧାନମନ୍ତ୍ରୀ ମୋଦି

କୋଲକାତା, 29 ଫେବ୍ରୁଆରି – ମାର୍ଚ୍ଚ ମାସର ଆରମ୍ଭ ସହିତ ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ପ୍ରଚାର ସରଗରମ ହେବ । ମାସର ପ୍ରଥମ ଦିନ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଆସୁଛନ୍ତି । ଦୁଇଦିନ ମଧ୍ୟରେ ସେ ଦୁଇଟି ଜନସଭା କରିବେ । ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ରାଜଭବନରେ ରାତ୍ରିବିଶ୍ରାମ କରିବେ । ତେବେ ପଶ୍ଚିମଙ୍ଗର ବିଜେପି ନେତା ତାଙ୍କୁ ଭେଟିବି କି ନାହିଁ, ତାହା ଜଣାପଡିନାହିଁ । ସେ ଶୁକ୍ରବାର ଝାରଖଣ୍ଡରୁ ଏୟାରପୋର୍ଟରେ ହୁଗୁଳି ଜିଲ୍ଲାର ଆରାମବାଗ ଯିବେ । ସେହିଦିନ ସକାଳେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଶୁକ୍ରବାର ଅଂଡାଲ ଏୟାରପୋର୍ଟରେ ପହଞ୍ଚିବ । ସେଠାରୁ ପିଏମ ମୋଦି ଝାରଖଣ୍ଡର ସିନ୍ଦରୀ ହେଲିପ୍ୟାଡ ଯିବେ । ଝାରଖଣ୍ଡରେ ସଭା ଶେଷ କରିବା ପରେ ପ୍ରଧାନମନ୍ତ୍ରୀଙ୍କ କାଫିଲା ଧାନବାଦ ହେଲିପ୍ୟାଡ ପହଞ୍ଚିବ । ସେଠାରୁ ସେ ହେଲିକପ୍ଟରରେ ଆରାମବାଗ ଯିବେ ।

Show More

Related Articles

Back to top button