Breaking PLUSଦେଶମୁଖ୍ୟ ଖବର

ମଧ୍ୟପ୍ରଦେଶର ଡିଂଡୋରୀରେ ସଡକ ଦୁର୍ଘଟଣା, 14 ମୃତ, 20 ଆହତ

ଡିଂଡୋରୀ, 29 ଫେବ୍ରୁଆରି – ମଧ୍ୟପ୍ରଦେଶର ଡିଂଡୋରୀରେ ପିକଅପ ଭ୍ୟାନ ଓଲଟିବା କାରଣରୁ 14ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 20ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଶାହପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଡିଂଡୋରୀ ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଶାହପୁରା ଥାନାର ବିଛିୟା ପୋଲିସ ଚୌକି ଅନ୍ତର୍ଗତ ବଡଝର ଘାଟରେ ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସମସ୍ତ ଆହତ ଅମାହୀ ଦେବରୀ ଗାଁର ବାସିନ୍ଦା । କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଏମାନେ ମସୁରଘୁଘର ଥାନା ଅଂଚଳକୁ ଆସିଥିଲେ । ତେବେ ବିଳମ୍ବିତ ରାତିରେ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗାଡିର ବ୍ରେକ ଫେଲ୍ ହୋଇଯିବାରୁ ଗାଡିଟି ଭାରସାମ୍ୟ ହରାଇ 20 ଫୁଟ ତଳେ କ୍ଷେତ ଭିତରକୁ ଖସିପଡିଥିଲା ।
ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଦୁଃଖ ପ୍ରକାଶ କରିଛନ୍ତି । ଦିବଂଗତ ଆତ୍ମାର ସଦଗତି ଓ ପରିବାର ଲୋକଙ୍କୁ ଧୈର୍ଯ୍ୟଶକ୍ତି ଦେବାକୁ ସେ ପ୍ରାର୍ଥନା କରିଛନ୍ତି । ମୃତାହତ ଲୋକଙ୍କ ପରିବାର ଲୋକଙ୍କୁ 4-4ଲକ୍ଷର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Show More

Related Articles

Back to top button