Breaking PLUSଦେଶ ବିଦେଶମୁଖ୍ୟ ଖବର

ଆମେରିକାର ହାସ୍ୟ ଅଭିନେତା ରିଚର୍ଡ ଲୁଇସଙ୍କର 76 ବର୍ଷ ବୟସରେ ବିୟୋଗ

ୱାଶିଂଟନ, 29 ଫେବ୍ରୁଆରି – ଆମେରିକାର ହାସ୍ୟ ଅଭିନେତା ରିଚାର୍ଡ ଲୁଇସଙ୍କ ପରଲୋକ । ସତୁରୀ ଓ ଅଶି ଦଶକରେ ନିଜର ଚମତ୍କାର ଅଭିନୟରେ ସେ ସାରା ଦୁନିଆକୁ ହସାଇଥିଲେ । ମଙ୍ଗଳବାର ଲସଆଞ୍ଜେଲସ ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଅଭିନେତା ରିଚର୍ଡ ଲୁଇସଙ୍କ ମୁଖପାତ୍ର ଜେଫ ଅବ୍ରାହମ ଦ ନ୍ୟୁୟର୍କ ଟାଇମ୍ସକୁ ଏହି ସୂଚନା ଦେଇଚନ୍ତି । ରିଚର୍ଡଙ୍କର ହାର୍ଟ ଆଟାକ୍ କାରଣରୁ ମୃତ୍ୟୁ ହୋଇଛି । ଜଣେ ଷ୍ଟାଣ୍ଡଅପ୍ କମେଡିଆନ୍ ଭାବେ ତାଙ୍କୁ ସର୍ବଦା ସ୍ମରଣ କରାଯିବ । ସେ 1970 ଓ 1980 ଦଶକରେ ଲୋକଙ୍କ ମନୋରଂଜନ କରାଇଥିଲେ । ଖରାପ ସ୍ୱାସ୍ଥ୍ୟ କାରଣରୁ 2021ରେ ସେ ଷ୍ଟାଣ୍ଡଅପ୍ କମେଡି ଛାଡିବାକୁ ଘୋଷଣା କରିଥିଲେ ।

Show More

Related Articles

Back to top button