Breaking PLUSଦେଶମୁଖ୍ୟ ଖବର

ସନ୍ଦେଶଖାଲିର ମୁଖ୍ୟ ଅଭିଯୁକ୍ତ ଟିଏମସି ନେତା ଶେଖ୍ ଶାହଜହାଁ ଗିରଫ

କୋଲକାତା, 29 ଫେବ୍ରୁଆରି – କୋଲକାତା ହାଇକୋର୍ଟଙ୍କ ଉଦବେଗ ପରେ ପଶ୍ଚିମବଙ୍ଗ ପୋଲିସ ସନ୍ଦେଶଖାଲିର ମୁଖ୍ୟ ଅଭିଯୁକ୍ତ ଓ ତୃଣମୂଳ କଂଗ୍ରେସ ନେତା ଶେଖ୍ ଶାହଜହାଁଙ୍କୁ ଗିରଫ କରିଛି । ଗତକାଲି ରାତିରେ ସେ ମୀନାଖାଁ ଅଞ୍ଚଳରୁ ଧରାପଡିଥିଲା ।
ଦକ୍ଷିଣବଙ୍ଗ ଏଡିଜିପି ସୁପ୍ରତିମ ସରକାର ଶେଖ୍ ଶାହଜହାଁର ଗିରଫଦାରି ଉପରେ କହିଛନ୍ତି ଯେ, ଏହି ମାମଲା ଧାରା 354 ସହିତ ଜଡିତ ନୁହେଁ । ଫେବୃଆରୀ 7, 8 ଏବଂ 9 ପରେ ଅନେକ ମାମଲା ରୁଜୁ ହୋଇଛି, କିନ୍ତୁ ଫେବୃଆରୀ 8 ଏବଂ 9 ପରେ ପଞ୍ଜୀକୃତ ହୋଇଥିବା ସମସ୍ତ ମାମଲା ଦୁଇ କିମ୍ବା ତିନି ବର୍ଷ ପୂର୍ବେ ଘଟିଥିବା ଘଟଣା ସହ ଜଡିତ । ଏହାର ତଦନ୍ତ , ପ୍ରମାଣ ସଂଗ୍ରହ , ପ୍ରମାଣ ଯାଞ୍ଚ କରିବାକୁ ଲାଗିଥାଏ। ”
ଏଠାରେ ସୂଚନା ଯୋଗ୍ୟ ବୁଧବାର କୋଲକାତା ହାଇକୋର୍ଟ ଉଦବେଗ ପ୍ରକାଶ କରି କହିଥିଲେ ଯେ, ଯେଉଁ ନେତା ବିରୁଦ୍ଧରେ 42ଟି ଏଫଆଇଆର ରହିଛି, ତାକୁ ଆଜି ଯାଏ କାହିଁକି ଗିରଫ କରାଯାଇନାହିଁ । ପୋଲିସ ନିଜର ଦାୟିତ୍ୱରୁ ହଟିବା ଅନୁଚିତ । ଏହାପରେ ତୃଣମୂଳ ନେତା କୃଣାଳ ଘୋଷ କହିଥିଲେ ଯେ, ଶାହଜହାଁକୁ ସପ୍ତାହକ ମଧ୍ୟରେ ଗିରଫ କରାଯିବ ।

Show More

Related Articles

Back to top button