Breaking PLUSଦେଶମୁଖ୍ୟ ଖବର

ମଧ୍ୟପ୍ରଦେଶରେ ବସରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ 13 ଲୋକ

ଗୁନା, 28 ଡିସେମ୍ବର – ଜିଲ୍ଲାର ବଜରଙ୍ଗଗଡ ଥାନା ଅଞ୍ଚଳରେ ବୁଧବାର ରାତିରେ ଦୁର୍ଘଟଣା ଘଟିଛି । ଡମ୍ପରକୁ ଧକ୍କା ଦେବା ପରେ ବସରେ ନିଆଁ ଲାଗିବା ପରେ 12ଜଣ ଜୀବନ୍ତ ଜଳିଯାଇଛନ୍ତି । ନିଆଁରେ ଜଳିଯାଇ ଡମ୍ପର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦୁର୍ଘଟଣାରେ ପ୍ରାୟ 16ଜଣ ଲୋକ ଜଳିଯାଇଛନ୍ତି । ସେମାନଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ସିକରୱାର ଟ୍ରାଭେଲ୍ସର ବସ୍ ବୁଧବାର ରାତି ପ୍ରାୟ 8ଟା ବେଳେ ଗୁନାରୁ ଆରୋନ ଆସୁଥିଲା । 32 ସିଟର ବସରେ 30-35 ଯାତ୍ରା ଥିଲେ । ରାତି ପ୍ରାୟ ସାଢେ 8ଟା ବେଳେ ଆରୋନ ରୋଡ୍‌ର ବଜରଙ୍ଗଗଡରେ ଦୁହାଇ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି । ବସ୍ ଓ ଡମ୍ପର ମଧ୍ୟରେ ଧକ୍କା ପରେ ବସଟି ଓଲଟିପଡିଥିଲା ଏବଂ ଏଥିରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ପୂରା ବସ ଜଳିଉଠିଥିଲା । କିଛି ଯାତ୍ରୀ ବସରୁ ଡେଇଁ ଆତ୍ମରକ୍ଷା କରିଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । କିଛି ସମୟ ପରେ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ସେତେବେଳକୁ ପୂରା ବସ ଜଳିଯାଇଥିଲା ।
ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ 4-4 ଲକ୍ଷ ଟଙ୍କା ଓ ଆହତଙ୍କୁ 50-50 ହଜାର ଟଙ୍କା ସହାୟତା ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Show More

Related Articles

Back to top button