Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ୧୨ ଘଣ୍ଟିଆ ଲଇକେରା ବନ୍ଦ ଡାକରା

ଭୁବନେଶ୍ୱର/ଲଇକେରା- ଉପଖଣ୍ଡ ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ଲଇକେରା ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଦେଇଛନ୍ତି ଉପଖଣ୍ଡ ଦାବି କ୍ରିୟାନୁଷ୍ଠାନ କମିଟି। ଆଜି ସକାଳ ୬ ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଲଇକେରା ବନ୍ଦ ଡାକରା ଦିଆଯାଇଛି। ଦୋକାନ ବଜାର ବନ୍ଦ ସହିତ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି। ଏହା ସହିତ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ମଧ୍ୟ ବନ୍ଦ ରହିବ। ଏହି ବନ୍ଦରେ ବ୍ୟବସାୟୀ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ଛାତ୍ର ସଂଗଠନ ସହିତ ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି ।

Show More

Related Articles

Back to top button